ଜଳିଗଲା ଭେରାଇଟି ଷ୍ଟୋର, ପୋଡ଼ି ହୋଇ ଦମ୍ପତି ଗୁରୁତର

ଖଲିକୋଟ(ସିଲୁ ବିଶ୍ୱାଳ): ଜଳିଗଲା ଭେରାଇଟି ଷ୍ଟୋର। ଏହି ଦୋକାନକୁ ଲାଗିଥିବା ଘର ସମେତ ଏହା ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଘରକୁ ସୁରକ୍ଷା କରିବାକୁ ଯାଇ ନିଆଁରେ ପୋଡି ହୋଇ ସ୍ୱାମୀ, ସ୍ତ୍ରୀ ଗୁରୁତର ହୋଇଛନ୍ତି। ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁରେ ଏଭଳି ଭୟାନକ ଘଟଣା ଘଟିଛି। ଆହତମାନେ ହେଲେ ସଞ୍ଜୟ ବାରିକ ଓ ତାଙ୍କ ପତ୍ନୀ। ସେମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। […]

fire

  • Published: Monday, 29 August 2022
  • , Updated: 29 August 2022, 10:30 PM IST

ଖଲିକୋଟ(ସିଲୁ ବିଶ୍ୱାଳ): ଜଳିଗଲା ଭେରାଇଟି ଷ୍ଟୋର। ଏହି ଦୋକାନକୁ ଲାଗିଥିବା ଘର ସମେତ ଏହା ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଘରକୁ ସୁରକ୍ଷା କରିବାକୁ ଯାଇ ନିଆଁରେ ପୋଡି ହୋଇ ସ୍ୱାମୀ, ସ୍ତ୍ରୀ ଗୁରୁତର ହୋଇଛନ୍ତି। ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁରେ ଏଭଳି ଭୟାନକ ଘଟଣା ଘଟିଛି। ଆହତମାନେ ହେଲେ ସଞ୍ଜୟ ବାରିକ ଓ ତାଙ୍କ ପତ୍ନୀ। ସେମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲାଗି ଦୋକାନ ସହ ତିନି ବଖରା ଘର ଜଳି ଯାଇଛି।

ଖବର ମୁତାବକ, ସୋମବାର ସଂଧ୍ୟାରେ ସଞ୍ଜୟଙ୍କ ସ୍ତ୍ରୀ ସଂଜ ଦେଉଥିବା ସମୟରେ ହଠାତ ଦୋକାନରେ ନିଆଁ ଲାଗି ଯାଉଥିବା ଦେଖିଥିଲେ। ସେ ଚିତ୍କାର କରି ସମସ୍ତଙ୍କୁ ଏ ବିଷୟରେ ଜଣାଇ ନିଆଁ ଲିଭାଇବାକୁ ଡାକିଥିଲେ। ତେବେ କିଛି କ୍ଷଣ ଭିତରେ ଦୋକାନ ହୁତହୁତ ହୋଇ ଜଳି ଉଠିଥିଲା। ଯାହା ପୂରା ଘରକୁ ବ୍ୟାପୀ ଯାଇଥିଲା। ସଞ୍ଜୟ ନିଜ ଘରର ଗୋଟିଏ ରୁମ୍‌କୁ ରାସନ ଦୋକାନ କରିଥିଲେ। ଏଠାରେ ସେ ରାସନ ସହ ଥଣ୍ଡା ପାନୀୟ ଓ ପେଟ୍ରୋଲ ମଧ୍ୟ ରଖି ବ୍ୟବସାୟ କରୁଥିଲେ। ତେଣୁ ନିଆଁ ଖୁବ୍ ଜୋର ବ୍ୟାପୀ ଯାଇଥିଲା।

ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କ ଦୋକାନ ଓ ଘର ସହ ପଡୋଶୀ ୪ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି।

Related story