୯୫% କଲେଜରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ତାଲିକା ଦେଲା ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଗୃହ ବିଭାଗ ଆପତ୍ତି ଉଠାଇବା ସହ କେଉଁ ବର୍ଗର କଲେଜସବୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି ସେନେଇ ରିପୋର୍ଟ ମାଗିବାପରେ ଆଜି ଉଚ୍ଚଶିକ୍ଷା ବିଭାଗ ଏସବୁ କଲେଜର ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା […]

fire-equipment

Manoranjan Sial
  • Published: Thursday, 17 October 2019
  • , Updated: 17 October 2019, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଗୃହ ବିଭାଗ ଆପତ୍ତି ଉଠାଇବା ସହ କେଉଁ ବର୍ଗର କଲେଜସବୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି ସେନେଇ ରିପୋର୍ଟ ମାଗିବାପରେ ଆଜି ଉଚ୍ଚଶିକ୍ଷା ବିଭାଗ ଏସବୁ କଲେଜର ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୨୯ତାରିଖରେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହିତ କେଉଁ ବର୍ଗର କଲେଜ କେଉଁଠାରେ ରହିଛି ସେ ନେଇ ତଥ୍ୟ ଦେବାକୁ କୁହାଯାଇଥିଲା। ଆଜି ଉଚ୍ଚଶିକ୍ଷା ବିଭାଗ ଏନେଇ ତଥ୍ୟ ପ୍ରଦାନ କରି କହିଛି ଯେ, ରାଜ୍ୟରେ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ୫ଟି ଘରୋଇ ଓ ୧୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି । ଏସବୁ ବ୍ୟତୀତ ୫୪ଟି ସରକାରୀ କଲେଜ, ୨୧୪ଟି ସହାୟତାପ୍ରାପ୍ତ କଲେଜ, ୧୯୯ଟି ବ୍ଲକଗ୍ରାଣ୍ଟ୍ କଲେଜ, ୩୭୩ଟି ଅଣଅନୁଦାନପ୍ରାପ୍ତ କଲେଜ ଓ ୨୧୨ଟି ସେଲ୍ଫ ଫାଇନାନ୍ସ କଲେଜ ରହିଛି।

ଅନ୍ୟପକ୍ଷରେ ଏସବୁ କଲେଜ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି। ଏହି ସବୁ କଲେଜଗୁଡ଼ିକୁ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯିବ ବୋଲି ସୂଚନା ମିଳିଛି।

Related story