ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରି ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଏହି ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ।
ଗତ ସେପ୍ଟେମ୍ବର ୨୭ତାରିଖରେ ସମାନ ଦରମା ଓ ଭତ୍ତା ପ୍ରଦାନ କରିବା ପାଇଁ ସରକାରଙ୍କ ସହିତ ଆଲୋଚନା କରିଥିଲେ ଅଗ୍ନିଶମ କର୍ମଚାରୀ। ଏନେଇ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଦୀର୍ଘ ୫ ମାସ ହେଲା ଏହା କାର୍ଯ୍ୟକାରୀ ହୋଇ ନଥିବା ଯୋଗୁ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବେ ଅଗ୍ନିଶମ କର୍ମଚାରୀ। ପୁଲିସ୍ ମାନଙ୍କ ଭଳି ସେମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଓ ଭତ୍ତା ପ୍ରଦାନ ସହିତ ଠିକା ନିଯୁକ୍ତି ବନ୍ଦ କରିବାକୁ ସଂଘ ଦାବି କରିଛି।