ଆପେଆପେ ଜଳି ଯାଉଛି ଘର, ଲୋକେ ଛାନିଆ

ଭଦ୍ରକ(ପାର୍ଥସାରଥୀ ନାୟକ): ଆପେଆପେ ଜଳି ଯାଉଛି ଚାଳଛପର ଘର। ଆଉ ଆଖି ପିଛୁଳାକେ ନିଆଁ ବ୍ୟାପୀ ଯାଉଛି। ଗତ ୪ ଦିନରେ ୮ରୁ ଅଧିକ ଥର ନିଆଁ ଲାଗୁଛି। ଯେଉଁଥିପାଇଁ ଲୋକେ ଛାନିଆ। ନିଆଁ ଲିଭାଇବାକୁ ଆସୁଥିବା ଅଗ୍ନିଶମ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଖୋଜି ପାଉନାହାନ୍ତି। ଭୌତିକ କାଣ୍ଡ ଯୋଗୁଁ ନିଆଁ ଲାଗିଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ଏହାକୁ ମାନିବାକୁ ନାରାଜ ହେତୁବାଦୀ। ଗତ ସୋମବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ […]

fire

fire

Manoranjan Sial
  • Published: Friday, 06 March 2020
  • Updated: 06 March 2020, 09:59 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଆପେଆପେ ଜଳି ଯାଉଛି ଚାଳଛପର ଘର। ଆଉ ଆଖି ପିଛୁଳାକେ ନିଆଁ ବ୍ୟାପୀ ଯାଉଛି। ଗତ ୪ ଦିନରେ ୮ରୁ ଅଧିକ ଥର ନିଆଁ ଲାଗୁଛି। ଯେଉଁଥିପାଇଁ ଲୋକେ ଛାନିଆ। ନିଆଁ ଲିଭାଇବାକୁ ଆସୁଥିବା ଅଗ୍ନିଶମ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଖୋଜି ପାଉନାହାନ୍ତି। ଭୌତିକ କାଣ୍ଡ ଯୋଗୁଁ ନିଆଁ ଲାଗିଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ଏହାକୁ ମାନିବାକୁ ନାରାଜ ହେତୁବାଦୀ।

ଗତ ସୋମବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଦାସ ସାହିରେ ଜଣଙ୍କ ଚାଳ ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଏହି ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପୀ ଯାଇଥିଲା। କିଛି କ୍ଷଣ ଭିତରେ ୬ରୁ ୮ଟି ଘର ପୋଡି ପାଉଁଶ ହୋଇଯାଇ ଥିଲା। ଗାଁ ଲୋକଙ୍କ କହିବା କଥା, କେବଳ ଦିନ ବେଳା ଛପର ମଥାନରେ ନିଆଁ ଲାଗୁଛି। ଯେଉଁଥିପାଇଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଜୀବନ ବିକଳରେ ଲୋକମାନେ ନିଜ ଘରୁ ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଥୀରେ ଧରି ବୁଲୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ନିଆଁ କେମିତି ଲାଗୁଛି ଓ କେଉଁଠୁ ଆସୁଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ନିଆଁ ଅକସ୍ମାତ ଲାଗୁଛି। ଏକ ନିଆଁ ପିଣ୍ଡୁଳା ଆସି ଚାଳ ଘରେ ଲାଗି ଯାଉଛି।

ଜଣେ ଗାଁ ଲୋକ ମୁକ୍ତିକାନ୍ତ ଦାସ କହିଛନ୍ତି-“ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇ ସାରିବା ପରେ ଆଉ ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ଏମିତି ୫ ଦିନ ଧରି ଘରେ ନିଆଁ ଲାଗି ଯାଉଛି। ଯେଉଁଥିପାଇଁ ଆମେ ଭୟଭୀତ ଅବସ୍ଥାରେ ରହିଛୁ। ଘରେ ରହିବାକୁ ନିଜକୁ ସୁରକ୍ଷିତ ମଣୁନାହୁଁ।”

ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବା ଆମ ଲକ୍ଷ୍ୟ ନୁହେଁ। ହେଲେ ଗାଁ ଲୋକେ ଯାହା କହୁଛନ୍ତି, ତାହା ଭୂତ କାହାଣୀଠୁ କିଛି କମ୍ ନୁହେଁ। ଲୋକଙ୍କ କହିବା କଥା, ଗାଁର ଜଣେ ଯୁବତୀ ହଠାତ ନିଜ ଦେହରେ ଜଳାପୋଡ଼ା ଅନୁଭବ କରିବା ପରେ, ଏଭଳି ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗୁଛି। ସେ ଯେତେଥର ଦେହରେ ଜଳାପୋଡ଼ା ଅନୁଭବ କରୁଛି, ସେତେ ଥର କାହା ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଆଧ୍ୟାତ୍ମିକବାଦୀ ମଧ୍ୟ ଏହାକୁ ଅଶରୀରିଙ୍କ କାର୍ଯ୍ୟ ବୋଲି ଦାବି କରିଥିବା ବେଳେ ହେତୁବାଦୀ ଏ ସମସ୍ତ ଯୁକ୍ତିକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos