ବୌଦ୍ଧରେ ଜଳୁଛି ଜଙ୍ଗଲ

Ordigital Desk
  • Published: Wednesday, 28 March 2018
  • , Updated: 28 March 2018, 01:42 PM IST
<p>ବୌଦ୍ଧ(ଓଡ଼ିଶା ରିପୋର୍ଟର):ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଉଛି।&nbsp; ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜ ଅଞ୍ଚଳରେ ଏହି ନଆଁ ଲାଗିଛି।</p> <p>ଗତ ପ୍ରାୟ ସପ୍ତାହେ ହେଲା ଜଙ୍ଗଲ ଜଳୁଛି। ଏହାର ପ୍ରଭାବରେ ବହୁ ମୂଲ୍ୟବାନ ଗଛ ଓ &nbsp;ବନ୍ୟ ପ୍ରାଣୀଙ୍କ ଉପରେ ପଡୁଛି। ସପ୍ତାହେରୁ ଅଧିକ ଦିନ ବିତିଯାଇଥିଲେ ବି ନିଆଁକୁ ଆୟତ କରିପାରିନି ବନ ବିଭାଗ। ନିଆଁ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୁତ ହେଉଛି। ବଡ଼ ବଡ଼ ଶାଳ, ପିଆଶାଳ, ସାହାଜ, ଧଉରା, ମହୁଲ, ଫାଶି ଆଦି ବହୁ ମୂଲ୍ୟବାନ ଗଛ ଜଳିବାରେ ଲାଗିଛି। ଯାହାକୁ ନେଇ ଉଦ୍&zwnj;ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।</p> <p>ଆବଶ୍ୟକୀୟ କର୍ମଚାରୀ ନଥିବାରୁ ନିଆଁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହୁଲ ଏବଂ କେନ୍ଦୁପତ୍ର ସଂଗ୍ରହ ପାଇଁ ଆସୁଥିବା &nbsp;ଲୋକେ ନିଆଁ ଲଗାଇ ଦେଉଥିବା ଅଭିଯୋଗ କରିଛନ୍ତି ବୌଦ୍ଧ ଡିଏଫ୍ଓ।</p>

Related story