‘ପିନ୍ଧା ଲୁଗା ଛଡ଼ା ଆଖି ପିଛୁଳାକେ ସବୁ ଜଳିଗଲା’

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ହେଙ୍ଗୁପତି ଗାଁରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ  ଘଟି ୮ପରିବାରର ୧୫ବଖରା ଘର ଜଳିଯାଇଛି । ଏଥିସହିତ ୧୧ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ରାତିରେ କାଳ ବୈଶାଖୀ ପ୍ରଭାବରେ ବଜ୍ରାଘାତ ଯୋଗୁ ଅଗ୍ନିକାଣ୍ଡ ଘଟି ଏପରି  କ୍ଷୟକ୍ଷତି ହୋଇଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି । ତେବେ ନିଆଁର ପ୍ରଭାବ ଏତେ ଥିଲା ଯେ ଚାହୁଁ ଚାହୁଁ ୧୫ ବଖରା ଘର ସମ୍ପୂର୍ଣ୍ଣ ଜାଳିପୋଡ଼ି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର […]

Fire

Niharika Rout
  • Published: Sunday, 28 March 2021
  • , Updated: 28 March 2021, 08:19 AM IST

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ହେଙ୍ଗୁପତି ଗାଁରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ  ଘଟି ୮ପରିବାରର ୧୫ବଖରା ଘର ଜଳିଯାଇଛି । ଏଥିସହିତ ୧୧ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ରାତିରେ କାଳ ବୈଶାଖୀ ପ୍ରଭାବରେ ବଜ୍ରାଘାତ ଯୋଗୁ ଅଗ୍ନିକାଣ୍ଡ ଘଟି ଏପରି  କ୍ଷୟକ୍ଷତି ହୋଇଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି । ତେବେ ନିଆଁର ପ୍ରଭାବ ଏତେ ଥିଲା ଯେ ଚାହୁଁ ଚାହୁଁ ୧୫ ବଖରା ଘର ସମ୍ପୂର୍ଣ୍ଣ ଜାଳିପୋଡ଼ି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି।

ତିହିଡ଼ି ଓ ଗଦି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେହେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ପିନ୍ଧା ଲୁଗା ଛାଡ଼ିଦେଲେ ଧାନ, ଚାଉଳ , ଘରର ଆସବାବାପତ୍ର ସାଙ୍ଗକୁ ଅନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

Related story