ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବଲାଙ୍ଗିରର ଫଳ ବଜାରରେ ଗତକାଲି ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ବ୍ୟାପୀ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବେଶ୍ କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।
ନିଆଁର ପ୍ରଭାବ ଏତେ ଅଧିକା ଥିଲା ଯେ, କିଛି ସମୟ ମଧ୍ୟରେ ନିଆଁ ପୂରା ବଜାରକୁ ମାଡ଼ି ଯାଇଥିଲା ।