ଘରେ ସମସ୍ତେ ଶୋଇଥିଲେ, ହଠାତ୍‌ ଲାଗିଲା ନିଆଁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରେ ଶୋଇଥିବା ବେଳେ ଲାଗିଲା ନିଆଁ । ହେଲେ ଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଲେ ଘର ଲୋକେ।  ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଭୟାବହ ଅଗ୍ନିକାଣ୍ଡରୁ ରାଉରକେଲା ବାସନ୍ତୀ କଲୋନୀର ଏକ ପରିବାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଅଗ୍ନିକାଣ୍ଡରେ ଗୋଟିଏ କାର୍‌, ଦୁଇଟି ବାଇକ୍‌, ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି।  ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାରେଜରେ ହଠାତ୍ ନିଆଁ ଲାଗି ଯାଇଥିଲା […]

fire

Niharika Rout
  • Published: Wednesday, 30 December 2020
  • , Updated: 30 December 2020, 08:46 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରେ ଶୋଇଥିବା ବେଳେ ଲାଗିଲା ନିଆଁ । ହେଲେ ଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଲେ ଘର ଲୋକେ।  ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଭୟାବହ ଅଗ୍ନିକାଣ୍ଡରୁ ରାଉରକେଲା ବାସନ୍ତୀ କଲୋନୀର ଏକ ପରିବାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ଅଗ୍ନିକାଣ୍ଡରେ ଗୋଟିଏ କାର୍‌, ଦୁଇଟି ବାଇକ୍‌, ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି।  ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାରେଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ଘର ସାରା ଧୂଆଁ ଖେଳି ଯିବାରୁ ଅଣନିଶ୍ୱାସ ହୋଇ ପରିବାର ଲୋକେ ଉଠିଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି ନିଆଁ ଲାଗିଲା, ତାହାର କାରଣ ଅସ୍ପଷ୍ଟ ଅଛି।

Related story