ରାଉରକେଲା ଏନ୍ଆଇଟିରେ ଅଗ୍ନିକାଣ୍ଡ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଏନ୍ଆଇଟିର କମ୍ପ୍ୟୁଟର ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍ ସକିଆଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଆହୁରି ପଢ଼ନ୍ତୁ
ଖବର ପାଇ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ ପରେ ଏନ୍ଆଇଟି କର୍ତ୍ତୃପକ୍ଷ ସମସ୍ତ ବିଦ୍ୟୁତ୍ ଲାଇନ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।