ପଟିଆ ବିଗ୍‌ ବଜାର ଛକ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୧୬ ଦୋକାନଘର

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ବିଗ୍&zwnj;ବଜାର ନିକଟ ବିମଏମ୍&zwnj;ସି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ୧୬ଟି ଦୋକାନଘର ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଭେଣ୍ଡିଂ ଜୋନ୍&zwnj; ପଛ ପାଖରେ ଏକ ଖାଲି ପ୍ଲଟରେ ଥିବା ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିଲା । ଏହି ନିଅଁ କ୍ରମେ ଭେଣ୍ଡିଂ ଜୋନ୍ ଆଡ଼କୁ ମାଡ଼ି ଆସିଥିଲା । ପରେ ଗୋଟିଏରୁ ଗୋଟିଏ ଦୋକାନକୁ ନିଆଁ ଧରିଥିଲା । ଏସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଅଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ୧୬ଟି ଦୋକାନ ଘର ପୁରାପୁରି ପୋଡିଯାଇଛି।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 07:23 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ବିଗ୍&zwnj;ବଜାର ନିକଟ ବିମଏମ୍&zwnj;ସି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ୧୬ଟି ଦୋକାନଘର ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଭେଣ୍ଡିଂ ଜୋନ୍&zwnj; ପଛ ପାଖରେ ଏକ ଖାଲି ପ୍ଲଟରେ ଥିବା ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିଲା । ଏହି ନିଅଁ କ୍ରମେ ଭେଣ୍ଡିଂ ଜୋନ୍ ଆଡ଼କୁ ମାଡ଼ି ଆସିଥିଲା । ପରେ ଗୋଟିଏରୁ ଗୋଟିଏ ଦୋକାନକୁ ନିଆଁ ଧରିଥିଲା । ଏସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଅଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ୧୬ଟି ଦୋକାନ ଘର ପୁରାପୁରି ପୋଡିଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos