ହୁସିଆର! ଓଡ଼ିଶାର ମଲ୍‌ ଗୁଡ଼ିକରେ ନିଆଁ ଲାଗିଲେ ହେବ ଭୟଙ୍କର ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ତା’ର କାୟା ବିସ୍ତାର କରିବାରେ ଲାଗିଛି। ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଢ଼ି ଉଠିଛି ବଡ଼ବଡ଼ ମଲ୍‌। ମାତ୍ର ଏହି ମଲ ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ନାହିଁ। ମୁମ୍ୱାଇ ଭଳି ଭୟଙ୍କର ସ୍ଥିତି ଘଟିପାରେ। ଆଜି ଭୁବନେଶ୍ୱରରେ ହୋଇଥିବା ଯାଞ୍ଚ ପରେ ଏପରି ଘଟଣା ପଦାକୁ ଆସିଛି। ଅଗ୍ନିଶମ ଡିଜି ବି.କେ ଶର୍ମା କହିଛନ୍ତି-“ରାଜଧାନୀ ଭୁବନେଶ୍ୱରରେ ମଲ୍‌ ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କେମିତି ଅଛି, ଜାଣିବା ପାଇଁ […]

fire safty in bbsr

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 05:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ତା’ର କାୟା ବିସ୍ତାର କରିବାରେ ଲାଗିଛି। ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଢ଼ି ଉଠିଛି ବଡ଼ବଡ଼ ମଲ୍‌। ମାତ୍ର ଏହି ମଲ ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ନାହିଁ। ମୁମ୍ୱାଇ ଭଳି ଭୟଙ୍କର ସ୍ଥିତି ଘଟିପାରେ। ଆଜି ଭୁବନେଶ୍ୱରରେ ହୋଇଥିବା ଯାଞ୍ଚ ପରେ ଏପରି ଘଟଣା ପଦାକୁ ଆସିଛି।

ଅଗ୍ନିଶମ ଡିଜି ବି.କେ ଶର୍ମା କହିଛନ୍ତି-“ରାଜଧାନୀ ଭୁବନେଶ୍ୱରରେ ମଲ୍‌ ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କେମିତି ଅଛି, ଜାଣିବା ପାଇଁ ଆଜି ୧୦ଟି ମଲ୍‌ରେ ଚଢ଼ାଉ କରାଯାଇଥିଲା। ଅଗ୍ନିଶମ ବିଭାଗର ୧୦ଟି ଟିମ୍‌ ଏହି ଚଢ଼ାଉ କରିଥିଲା। ୧୦ଟି ମଲରୁ ୨ଟିର ଫାୟାର ସେପ୍ଟି ଲାଇସେନ୍ସ ରହିଥିଲା। ୮ଟି ମଲ୍‌ରେ ଫାୟାର ସେପ୍ଟି ଲାଇସେନ୍ସ ନଥିଲା। ଏପରିକି ସେମାନେ ଆବେଦନ ମଧ୍ୟ କରିନଥିଲେ। ଯେଉଁ ଦୁଇଟି ମଲ୍‌ରେ ଫାୟା ସେପ୍ଟି ଲାଇସେନ୍ସ ଥିଲା, ସେମାନଙ୍କର ସବୁ ଅଗ୍ନି ନିର୍ବାପକ ଉପକରଣ ଠିକ୍‌ ଥିଲା।”

ସେ କହିଛନ୍ତି-“ଅନ୍ୟ ୮ଟି ମଲ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ବହୁ ତ୍ରୁଟି ଦେଖିବାକୁ ମିଳିଥିଲା। ମଲ ଭିତରକୁ ଯିବା ଆସିବା ଓ ଆପାତକାଳିନ ଗେଟ୍‌ ପାଖରେ ଛୋଟ ଛୋଟ ଷ୍ଟଲ୍‌ ଖୋଲା ଯାଇଛି। ବିଦ୍ୟୁତ୍‌ ଉପକରଣ ଠିକ୍‌ଭାବେ କାମ କରୁନଥିବା ଦେଖିବାକୁ ମିଳିଥିଲା। ଏହି ତ୍ରୁଟି ଗୁଡ଼ିକୁ ସୁଧାରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଆଗାମୀ ଦୁଇ ମାସ ଭିତରେ ସବୁ ତ୍ରୁଟି ସୁଧାରିବାକୁ କୁହାଯାଇଛି। ନସୁଧାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story