ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୧ ତାରିଖରେ କଟକ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଚେତିଛି ଅଗ୍ନିଶମ ବିଭାଗ । କୋଭିଡ ହସ୍ପିଟାଲଗୁଡ଼ିକରେ ନିୟମିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ପଦକ୍ଷେପ ନେଇଛି ଅଗ୍ନିଶମ ବାହିନୀ । ପ୍ରତି ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ। ସେହିଭଳି ହସ୍ପିଟାଲ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି […]

drill-1

Niharika Rout
  • Published: Monday, 28 September 2020
  • , Updated: 28 September 2020, 11:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୧ ତାରିଖରେ କଟକ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଚେତିଛି ଅଗ୍ନିଶମ ବିଭାଗ । କୋଭିଡ ହସ୍ପିଟାଲଗୁଡ଼ିକରେ ନିୟମିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ପଦକ୍ଷେପ ନେଇଛି ଅଗ୍ନିଶମ ବାହିନୀ । ପ୍ରତି ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ସେହିଭଳି ହସ୍ପିଟାଲ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ହସ୍ପିଟାଲ ପକ୍ଷରୁ ଦୈନିକ ସିଫ୍ଟ ଭିତ୍ତିରେ ନିଜସ୍ୱ ଅଗ୍ନି ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଅଗ୍ନି ନିରାପତ୍ତା ଅଧିକାରୀ ହସ୍ପିଟାଲର ଅଗ୍ନି ନିରାପତ୍ତା ସଂପର୍କିତ ସମସ୍ତ ଦିଗକୁ ଯାଞ୍ଚ କରିବେ ।

ଏନେଇ ପ୍ରସ୍ତୁତ କରିଥିବା ରିପୋର୍ଟ ଦ୍ୱିତୀୟ ସିଫ୍ଟର ଅଧିକାରୀଙ୍କୁ ଦେବେ । ସେହିପରି ସେଦିନର ରିପୋର୍ଟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଏହାପରେ ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇଥିବା ଅଗ୍ନିଶମ ଅଧିକାରୀ ସେସବୁର ଯାଞ୍ଚ କରିବେ ।

ଏହି ଆଧାରରେ ଅଗ୍ନିଶମ ବିଭାଗ ପକ୍ଷରୁ କୋଭିଡ ହସ୍ପିଟାଲରେ ନିୟମିତ ଭାବେ ଅଗ୍ନି ନିରାପତ୍ତା ଅଡିଟ୍ ସହ ସେଫ୍ଟି ଡ୍ରିଲ କରାଯିବ। ଏନେଇ ଜିଲ୍ଲାସ୍ତରୀୟ ଅଗ୍ନିଶମ ଅଧିକାରୀ ଓ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି।

Related story