ଘରୁ ଡାକିନେଇ ଗୁଳି ମାରିଦେଲେ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଘରୁ ଡ଼ାକିନେଇ ଧାନ ବେପାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଏପରି ବିଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଦଶମାତାପାଟଣା ଗାଁରେ ଘଟିଛି। ଆଜି ଦୁର୍ବୃତ୍ତମାନେ ଧାନ ବେପାରୀ ଶରତ ବେହେରାଙ୍କୁ ଡାକିଥିଲେ। ଶରତ ଘରୁ ବାହାରିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଗୋଟିଏ ଗୁଳି ଶରତଙ୍କ […]

firing in dkl today

Rakesh Mallick
  • Published: Monday, 08 January 2018
  • , Updated: 08 January 2018, 05:40 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଘରୁ ଡ଼ାକିନେଇ ଧାନ ବେପାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଏପରି ବିଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଦଶମାତାପାଟଣା ଗାଁରେ ଘଟିଛି।

ଆଜି ଦୁର୍ବୃତ୍ତମାନେ ଧାନ ବେପାରୀ ଶରତ ବେହେରାଙ୍କୁ ଡାକିଥିଲେ। ଶରତ ଘରୁ ବାହାରିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଗୋଟିଏ ଗୁଳି ଶରତଙ୍କ କାନରେ ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ହତ୍ୟାର କାରଣ ଓ ଦୁର୍ବୃତ୍ତଙ୍କ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡ଼ିଛି।

Related story