ଘରୁ ଡାକି ଆଣି ଗୁଳି ମାରିଲେ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଗୋପ ବ୍ଲକ୍‌ର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଉମାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଦୁଇ ଜଣ ଯୁବକ ସକାଳେ ଏକ ସ୍କୁଟି ଯୋଗେ ଉମାଙ୍କ ଘରକୁ ଆସିଥିଲେ। ଏହାପରେ କିଛି କାମ ବାହାନାରେ ତାଙ୍କୁ ଘର ବାହାରକୁ ଡାକି ଦୁଇ […]

puri-1

Niharika Rout
  • Published: Wednesday, 06 November 2019
  • , Updated: 06 November 2019, 11:04 AM IST

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଗୋପ ବ୍ଲକ୍‌ର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଉମାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଦୁଇ ଜଣ ଯୁବକ ସକାଳେ ଏକ ସ୍କୁଟି ଯୋଗେ ଉମାଙ୍କ ଘରକୁ ଆସିଥିଲେ। ଏହାପରେ କିଛି କାମ ବାହାନାରେ ତାଙ୍କୁ ଘର ବାହାରକୁ ଡାକି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଉମାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରିଥିଲେ। ଏହାପରେ ସେମାନଙ୍କୁ ବାନ୍ଧି ନିର୍ଧୂମ ଛେଚିଥିଲେ। ସେମାନଙ୍କ ସ୍କୁଟିକୁ ଗ୍ରାମବାସୀ ପୋଡ଼ି ଦେଇଥିବା ଜଣାଯାଇଛି। ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ନେଇଯାଇଛି।  ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

Related story