ଘରକୁ ଫେରୁଥିଲେ ବାପପୁଅ; ଫାୟାରିଂ କଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଅସୁରକ୍ଷିତ ରାଜଧାନୀ । ଘରକୁ ଫେରୁଥିବା ବେଳେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ ସୁନା ଦୋକାନ କରିଥିବା ବାପପୁଅ। ସୁନା ଲୁଟ୍‌ ଉଦ୍ଦେଶ୍ୟରେ ଲୁଟେରା ବାପପୁଅଙ୍କ ଉପରକୁ ଗୁଳି ମାଡ଼ କରିଥିବା ବେଳେ ଉଭୟ ଆହତ ହୋଇଛନ୍ତି। ଏହାଦେଖି ଲୁଟେରା ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଟେର ପାଇପାରିନି ପୁଲିସ୍‌। ଏପରି ଲୁଟ୍‌ ଘଟଣା ଯାଆଁ ଫାଣ୍ଡି ଅଞ୍ଚଳରେ ଘଟିଛି। ଆହତ ବାପପୁଅଦ୍ୱୟ ହେଲେ ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଓ ତାଙ୍କ […]

police

Niharika Rout
  • Published: Monday, 25 April 2022
  • , Updated: 25 April 2022, 11:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଅସୁରକ୍ଷିତ ରାଜଧାନୀ । ଘରକୁ ଫେରୁଥିବା ବେଳେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ ସୁନା ଦୋକାନ କରିଥିବା ବାପପୁଅ। ସୁନା ଲୁଟ୍‌ ଉଦ୍ଦେଶ୍ୟରେ ଲୁଟେରା ବାପପୁଅଙ୍କ ଉପରକୁ ଗୁଳି ମାଡ଼ କରିଥିବା ବେଳେ ଉଭୟ ଆହତ ହୋଇଛନ୍ତି। ଏହାଦେଖି ଲୁଟେରା ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ଟେର ପାଇପାରିନି ପୁଲିସ୍‌। ଏପରି ଲୁଟ୍‌ ଘଟଣା ଯାଆଁ ଫାଣ୍ଡି ଅଞ୍ଚଳରେ ଘଟିଛି। ଆହତ ବାପପୁଅଦ୍ୱୟ ହେଲେ ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ।

ଉଭୟ ଭଗବାନ ଓ  ଲୋକନାଥ ଯାଆଁଳା ବଜାରରେ ନିଜ ସୁନା ଦେକାନକୁ ବନ୍ଦ କରି ଗତକାଲି ରାତିରେ ଘରକୁ ଫେରୁଥିଲେ। ମାତ୍ର ଗାଁ ନିକଟ ନିଛାଟିଆ ଅନ୍ଧାର ରାସ୍ତାରେ ଲୁଟେରାମାନେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରିଥିଲେ ।  ଉଭୟ ବାପପୁଅ ଏହାକୁ ବିରୋଧ କରିବାରୁ ଲୁଟେରା ସେମାନଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଥିଲେ ।

ଗୋଟିଏ ଗୁଳି ପୁଅ ଲୋକନାଥଙ୍କ ଗୋଡରେ ବାଜିଥିବା ବେଳେ ଭଗବାନ ମଧ୍ୟ ଆହତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାପପୁଅଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।  ତେବେ ଲୁଟେରାମାନେ ସୁନା ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପାଇ  ଯାଆଁଳା ଫାଣ୍ଡି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Related story