ରୋଷେଇ କରୁଥିଲେ ମହିଳା, ଘରେ ପଶି ଦୁର୍ବୃତ୍ତ କଲେ ଗୁଳି ମାଡ଼

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମହିଳାଜଣକ ନିଜ ଘରେ ରୋଷେଇ କରୁଥିଲେ। ହଠାତ୍‌  ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶିଲେ, ଆଉ ଅତର୍କିତ ଗୁଳିମାଡ଼ କଲେ। ଗୁଳି ମାଡ଼ରେ ମହିଳାଜଣକ ଗୁରୁତର ହୋଇପଡ଼ିଥିବା ବେଳେ ଦୁର୍ବୃତ୍ତ ଖସି ପଳାଇଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ରାତିରେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅଧୀନ କଦୋଗୁଡା ଗ୍ରାମରେ ଘଟିଛି। ଗୁରୁତର ମହିଳାଜଣକ ହେଲେ ରାଜେଶ ମହନ୍ତଙ୍କ ପତ୍ନୀ ରୁକ୍ମୁଣୀ ମହନ୍ତ (୩୦) । ରାଜେଶ ମହନ୍ତ ଦିନ ମଜୁରିଆ […]

firing

  • Published: Thursday, 15 December 2022
  • , Updated: 15 December 2022, 08:58 AM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମହିଳାଜଣକ ନିଜ ଘରେ ରୋଷେଇ କରୁଥିଲେ। ହଠାତ୍‌  ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶିଲେ, ଆଉ ଅତର୍କିତ ଗୁଳିମାଡ଼ କଲେ। ଗୁଳି ମାଡ଼ରେ ମହିଳାଜଣକ ଗୁରୁତର ହୋଇପଡ଼ିଥିବା ବେଳେ ଦୁର୍ବୃତ୍ତ ଖସି ପଳାଇଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ରାତିରେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅଧୀନ କଦୋଗୁଡା ଗ୍ରାମରେ ଘଟିଛି। ଗୁରୁତର ମହିଳାଜଣକ ହେଲେ ରାଜେଶ ମହନ୍ତଙ୍କ ପତ୍ନୀ ରୁକ୍ମୁଣୀ ମହନ୍ତ (୩୦) ।

ରାଜେଶ ମହନ୍ତ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ କଦୋଗୁଡା ଗ୍ରାମରେ ନିଜ ପତ୍ନୀ ଓ ପୁଅ ସହ ରୁହନ୍ତି । ଗତକାଲି ରାତିରେ ରାଜେଶ ପୁଅକୁ ଧରି ଘର ବାହାରେ ଥିବା ବେଳେ ରୁକ୍ମଣୀ ଘରେ ରୋଷେଇ କରୁଥିଲେ । ଏହି ସମୟରେ ହଠାତ୍‌ ଘର ଭିତରକୁ ଜଣେମୁଖା ପିନ୍ଧା ଲୋକ ପଶି ଯାଇ ଗୁଳି ମାଡ଼ କରିଥିବା କହିଛନ୍ତି ରୁକ୍ମଣୀ।

ରୁକ୍ମଣୀଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ଘରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତଜଣକ ଖସି ପଳାଇଥିବା ଜଣାଯାଇଛି। ଗୁଳିଟି ରୁକ୍ମଣୀଙ୍କ ଗୋଡ଼ରେ ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ରୁକ୍ମୁଣୀଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ସହିତ କାହାରି ଶତ୍ରୁତା ମଧ୍ୟ ନଥିଲା । କିନ୍ତୁ ହଠାତ କିଏ ଓ କାହିଁକି ଗୁଳିମାଡ କଲା ସେନେଇ ସେ କିଛି ଜାଣି ନ ଥିବା କହିଛନ୍ତି।  ଖବର ପାଇ ବାରକୋଟ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

Related story