‘ବିଏଫ.୭ ଭାରିଏଣ୍ଟ ଏବେ ନୁହେଁ ୩ମାସ ତଳେ ଚିହ୍ନଟ ହୋଇଥିଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବିଏଫ.୭ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ବିଳମ୍ବିତ ରାତିରେ ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ୍‌ର ନୂଆ ଭାରିଏଣ୍ଟ ବିଏଫ.୭ ଗତ ସେପ୍ଟେମ୍ବର ୩୦ତାରିଖରେ ଖୋର୍ଦ୍ଧାର ଜଣେ ମହିଳାଙ୍କ ଶରୀରରେ ଚିହ୍ନଟ ହୋଇଥିଲା । ଏବେ ଗତ ୩ମାସ ମଧ୍ୟରେ ଏଭଳି କୌଣସି ଭାରିଏଂଟ ଚିହ୍ନଟ ହୋଇନି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। […]

Covid19

Ordigital Desk
  • Published: Wednesday, 21 December 2022
  • , Updated: 21 December 2022, 10:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବିଏଫ.୭ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ବିଳମ୍ବିତ ରାତିରେ ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ୍‌ର ନୂଆ ଭାରିଏଣ୍ଟ ବିଏଫ.୭ ଗତ ସେପ୍ଟେମ୍ବର ୩୦ତାରିଖରେ ଖୋର୍ଦ୍ଧାର ଜଣେ ମହିଳାଙ୍କ ଶରୀରରେ ଚିହ୍ନଟ ହୋଇଥିଲା । ଏବେ ଗତ ୩ମାସ ମଧ୍ୟରେ ଏଭଳି କୌଣସି ଭାରିଏଂଟ ଚିହ୍ନଟ ହୋଇନି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଓମିକ୍ରନ୍ ବିଏଫ.୭ ଭାରିଏଣ୍ଟ ଓଡ଼ିଶାରେ ଗତ ସେପ୍ଟେମ୍ବର ୩୦ରେ ଆରଟି-ପିସିଆର ଯାଂଚବେଳେ ଜଣାପଡ଼ିଥିଲା । ଉକ୍ତ ଦିନ ଏହି ଗୋଟିଏ ନମୂନା ପରୀକ୍ଷା ହୋଇଥିଲା ଓ ତାହା ପୁଣି ଡାକ୍ତରଙ୍କ ପରାମର୍ଶରେ । ଆରଏମଆରସି ଦ୍ୱାରା ଏହି ନମୂନା ପରୀକ୍ଷା କରାଯିବା ସହ ଜିନୋମ ସିକ୍ୱେନ୍ସି ମଧ୍ୟ ହୋଇଥିଲା । ତେବେ ଏହି ଭାରିଏଂଟ ଭିଓସି (ଭାରିଏଂଟ ଅଫ କନସର୍ଣ୍ଣ) ଅବା ଭିଓଆଇ(ଭାରିଏଂଟ ଅଫ ଇଂଟରେଷ୍ଟ) ନୁହେଁ । ଗତ ୩ମାସ ଧରି ଏପର୍ଯ୍ୟନ୍ତ ବିଏଫ.୭ର କୌଣସି ଭାଇରସ୍ ଚିହ୍ନଟ ହୋଇନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ଚୀନ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଓମିକ୍ରନ ବିଏଫ.୭ ଭାରିଏଂଟ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡର ଏହି ନୂଆ ଭାରିଏଂଟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related story