ରାଜଧାନୀବାସୀଙ୍କୁ ଡରାଇଲାଣି ଡେଙ୍ଗୁ, ଆଖି ବୁଜିଲେ ଜଣେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡରାଇବା ଆରମ୍ଭ କଲାଣି ଡେଙ୍ଗୁ। ସରକାରୀ ଭାବେ ଏଠାରେ ଏଯାବତ୍ ୨ ଜଣ ଡେଙ୍ଗୁରେ  ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୨ ତାରିଖରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି। ଅନ୍ୟପକ୍ଷରେ ବେସରକାରୀ ଭାବେ ରାଜଧାନୀରେ ଶହ ଶହ ସଂଖ୍ୟାରେ ଲୋକ […]

Dengue

Niharika Rout
  • Published: Thursday, 09 June 2022
  • , Updated: 09 June 2022, 01:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡରାଇବା ଆରମ୍ଭ କଲାଣି ଡେଙ୍ଗୁ। ସରକାରୀ ଭାବେ ଏଠାରେ ଏଯାବତ୍ ୨ ଜଣ ଡେଙ୍ଗୁରେ  ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୨ ତାରିଖରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି।

ଅନ୍ୟପକ୍ଷରେ ବେସରକାରୀ ଭାବେ ରାଜଧାନୀରେ ଶହ ଶହ ସଂଖ୍ୟାରେ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ବିଶେଷ କରି ବସ୍ତି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ୱାର୍ଡ ନଂ ୩ରେ ପ୍ରାୟ ୪୦୦ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି। ରାଜଧାନୀର ଅଧିକାଂଶ ନର୍ସିଂହୋମରେ ଏବେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା  ବେଳେ ଏ ସଂକ୍ରାନ୍ତରେ ବିଏମସି ପାଖରେ କିଛି ଖବର ନାହିଁ।

ସ୍ଥିତି ଅଣାୟତ ହେବାକୁ ବସିଥିବା ବେଳେ ଏହାକୁ କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହେଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।  ଖୋଦ ବିଏମ୍‌ସି ମେୟର ସୁଲୋଚନା ଦାସ ମଧ୍ୟ ଏହାକୁ ସ୍ୱୀକାର କରୁ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ଏବେ ସୁଦ୍ଧା  ନୀଳାଦ୍ରିବିହାର ଓ ଡମଣା ଅଞ୍ଚଳରେ ମାତ୍ର ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟ ହେବା ପରେ ଆଜି ସକାଳୁ ୱାର୍ଡ ନଂ-୩ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମେୟର। ୱାର୍ଡ ନଂ ୩ର ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ଡମଣା ଗାଁ ଓ ଶ୍ରୀବିହାର ଆଦି ଅଞ୍ଚଳ ମେୟର ବୁଲି  ନାଳନର୍ଦ୍ଦମା ଦେଖିବା ସହ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡେଙ୍ଗୁ ରୋକିବାକୁ ସଚେତନାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାସ୍ତା ପାର୍ଶ୍ୱରୁ ଅବ୍ୟବହୃତ ଟାୟାର ଆଦି କିପରି ହଟାଯିବ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ଲୋକମାନେ ଡେଙ୍ଗୁ ପ୍ରତି ସଚେତନ ରହିବାକୁ ମେୟର ପରାମର୍ଶ ଦେଇଛନ୍ତି  ।

ଡେଙ୍ଗୁ ଟେଷ୍ଟ ପାଇଁ ଲୋକେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଦୌଡ଼ି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଏହି ଟେଷ୍ଟିଂକୁ ସରକାର ଫ୍ରି କରିବା ପାଇଁ ଦାବି ହେଉଛି । ଏହା ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ ହୋଇ, ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇପାରିବ ବୋଲି କୁହାଯାଉଛି।

ଅପରପକ୍ଷେ, ରାଜ୍ୟରେ ଏବେ ପୁଣି ଥରେ କାୟା ମେଲାଇଲାଣି କରୋନା। ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗ ମଧ୍ୟରେ ୨ଜଣ ରହିଛନ୍ତି।  କ୍ୱାରେଣ୍ଟାଇନ୍‌ରୁ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି।  କଟକରୁ ସର୍ବାଧିକ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧାରୁ ୧୦ ପଜିଟିଭ ଥିବା ଜଣାପଡ଼ିଛି।

Related story