ଜାଲରେ ପଡ଼ିଲା ତେଲିଆ ବୋରେଇ ମାଛ, ଦାମ୍‌ ୬ ଲକ୍ଷରୁ ଅଧିକ

ପାରାଦୀପ(ରମାକାନ୍ତ ନାୟକ): ଗୋଟିଏ ତେଲିଆ ବୋରେଇ ମାଛର ଦାମ୍ ୬ ଲକ୍ଷ ୪୪ ହଜାର ଟଙ୍କା। ମାଛଟିର ଓଜନ ୨୮ କେଜି ହୋଇଥିବା ବେଳେ ଏହା କିଲୋ ପ୍ରତି ୨୩ ହଜାରରେ ବିକ୍ରି ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ଗୁରୁବାର ଏପରି ଏକ ମାଛ ନିଲାମ ହୋଇଛି।  ମୁମ୍ବାଇର ଜଣେ ବ୍ୟବସାୟୀ ଏହି ମାଛଟିକୁ କିଣି ନେଇଛନ୍ତି। ମତ୍ସ୍ୟଜୀବୀମାନେ ସମୁଦାୟ ୪ଟି ତେଲିଆ ବୋରେଇ ମାଛ  ଧରିଥିବା ବେଳେ […]

fish

Niharika Rout
  • Published: Friday, 17 June 2022
  • , Updated: 17 June 2022, 01:15 PM IST

ପାରାଦୀପ(ରମାକାନ୍ତ ନାୟକ): ଗୋଟିଏ ତେଲିଆ ବୋରେଇ ମାଛର ଦାମ୍ ୬ ଲକ୍ଷ ୪୪ ହଜାର ଟଙ୍କା। ମାଛଟିର ଓଜନ ୨୮ କେଜି ହୋଇଥିବା ବେଳେ ଏହା କିଲୋ ପ୍ରତି ୨୩ ହଜାରରେ ବିକ୍ରି ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ଗୁରୁବାର ଏପରି ଏକ ମାଛ ନିଲାମ ହୋଇଛି।  ମୁମ୍ବାଇର ଜଣେ ବ୍ୟବସାୟୀ ଏହି ମାଛଟିକୁ କିଣି ନେଇଛନ୍ତି।

ମତ୍ସ୍ୟଜୀବୀମାନେ ସମୁଦାୟ ୪ଟି ତେଲିଆ ବୋରେଇ ମାଛ  ଧରିଥିବା ବେଳେ କେବଳ ଗୋଟିଏ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଲା। ଅନ୍ୟ ୩ଟି ମାଛ ଦାମ୍‌ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି। । ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରାଯାଇଥିବା ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି।

[caption id="attachment_742425" align="aligncenter" width="650"] ଜାଲରେ ପଡ଼ିଥିବା ୩ଟି ତେଲିଆ ବୋରେଇ ମାଛ ।[/caption]

କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି, ୨ ମାସ ଧରି ମାଛ ଧରା ବନ୍ଦ ଥିଲା। ଗତ ୧୫ ତାରିଖରେ ମାଛ ଧରା ଆରମ୍ଭ ହେଲା। ନୋଳିଆ ଡଙ୍ଗା ଯାଇ ୪ଟି ତେଲିଆ ବୋରେଇ ମାଛ ପାଇଥିଲା। ସେଥିରୁ ଗୋଟିଏ  ୨୮ କେଜିଆ ମାଛ ଥିଲା। ୨୩ ହଜାର କିଲୋ ହିସାବରେ ତାହା ବିକ୍ରି ହେଲା।। ମୁମ୍ବାଇର ଏକ ପାର୍ଟି ନିଲାମ ଡାକି ଉକ୍ତ ମାଛକୁ ନେଲା । ଉକ୍ତ ମାଛଟି ପୁରୁଷ ହୋଇଥିବା ବେଳେ ଅଧିକ ଓଜନ ଥିବାରୁ ତାହାର ପୁଟି ଦାମ୍‌ ବି ଅଧିକ ରହୁଛି। ମେଡିସିନ ପ୍ରସ୍ତୁତ ନିମନ୍ତେ ଉକ୍ତ ମାଛକୁ ବାହାରକୁ ରପ୍ତାନୀ କରାଯାଇଥାଏ।  ଫଳରେ ମାଛର ଦାମ ଅଧିକ ରହୁଛି।

ମାତ୍ର ଅନ୍ୟ ୩ଟି ମାଛ ସାଇଜ୍‌ରେ ଛୋଟ ହୋଇଥିବାରୁ ସେମାନେ କମ୍‌ ଦାମ୍‌ରେ ବିକ୍ରି ହୋଇଥିବା କହିଛନ୍ତି ପ୍ରକାଶ ଚନ୍ଦ୍ର ଜେନା ।

Related story