‘ମାଛ ରପ୍ତାନୀରେ ବାଲେଶ୍ୱର ହେବ ପ୍ରଥମ’

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 07:20 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୦ବର୍ଷରେ ବାଲେଶ୍ୱର ଜିଲ୍ଲା ଓଡ଼ିଶାରେ ମାଛ ରପ୍ତାନୀରେ ପ୍ରଥମ ହେବ। ଏପରି ଆଶା ପ୍ରକାଶ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଦାମୋଦର ରାଉତ। ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ମନ୍ତ୍ରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।</p> <p>ବସ୍ତା ଅଞ୍ଚଳରେ ସମୁଦ୍ରରେ ୧୩୦ ଏକର ଜମିରେ ଲୁଣାପାଣି ମାଡ଼ି ଯାଉଛି। ତେଣୁ ଉକ୍ତ ଜମିରେ ମତ୍ସ୍ୟ ବିଭାଗର ପ୍ରୋତ୍ସାହନରେ ଚିଙ୍ଗୁଡ଼ି ଚାଷ କରାଯାଉଛି। ସ୍ଥାନୀୟ ଅଞ୍ଚଳର ଯୁବକମାନେ ଏକ ସୋସାଇଟ ଗଠନ କରି ଏହି ଜମିରେ ଧଳା ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଏହି ପ୍ରଜାତିର ଚିଙ୍ଗୁଡ଼ିର ଓଜନ ୩ ମାସରେ ୨୦ରୁ ୨୫ଗ୍ରାମ ହୋଇଯିବ। ଏହି ଚାଷ ପାଇଁ ମତ୍ସ୍ୟ ବିଭାଗ ତରଫରୁ ୪୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍&zwnj;ସିଡ ମଧ୍ୟ ରହିଛି।</p> <p>ବାଲେଶ୍ୱର ଜିଲ୍ଲାର ୮୫ କିଲୋମିଟର ଉପକୂଳ ଅଞ୍ଚଳ ରହିଛି। ସମୁଦ୍ରଠାରୁ ୨ କିଲୋମିଟର ଦୂରତା ମଧ୍ୟରେ ଚିଙ୍ଗୁଡ଼ି ଚାଷ କରିବା ସହିତ ଢିପ ଜମିରେ ମିଠା ପାଣି ମାଛ ଚାଷ କରାଯାଇପାରିବ। ଏହି ପ୍ରକ୍ରିୟାରେ ଚାଷ ହେଲେ ଆସନ୍ତା ୧୦ବର୍ଷ ମଧ୍ୟରେ ବାଲେଶ୍ୱର ଜିଲ୍ଲା ମତ୍ସ୍ୟ ରପ୍ତାନୀରେ ପ୍ରଥମ ସ୍ଥାନରେ ପହଞ୍ଚି ପାରିବ ଦାମୋଦର ରାଉତ କହିଛନ୍ତି।</p>

Related story