ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା । ୨ ମାସ ପରେ କଟକଣା ହଟିଥିବା ବେଳେ ଆଜିଠୁ ସମୁଦ୍ରକୁ ଯିବାକୁ ବାହାରିଛନ୍ତି ମତ୍ସ୍ୟଜୀବୀ । ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ଟ୍ରଲର । ମୌସୁମୀ ଆସିଲେ ଭଲ ମାଛ ମିଳିବାର ଆଶା ରହିଛି । ସେପଟେ ସମୁଦ୍ରକୁ ଯିବା ପୂର୍ବରୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ମତ୍ସ୍ୟଜୀବୀ ।
ପ୍ରଜନନ ଋତୁ ପାଇଁ ପାରାଦୀପ ବନ୍ଦରରେ ମାଛଧରା ଉପରେ କଟକଣା ଲଗାଇଯାଇଥିଲା । ଦୀର୍ଘ ଦିନ ପରେ ଏହି କଟକଣା ଉଠିଥିବାରୁ ମତ୍ସ୍ୟଜୀବୀ ବେଶ୍ ଖୁସି ଅଛନ୍ତି।
୨ ମାସ ହେଲା ପ୍ରଜନନ ପାଇଁ ବୋଟ ବନ୍ଦକରାଯାଇଥିଲା। ଆଜିଠୁ ତାହା ପୁଣି ଆରମ୍ଭ ହୋଇଛି। ଏଥିପାଇଁ ଆମେ ଗତ ୧୧ ତାରିଖରୁ ୩ ଦିନ ପାଇଁ ଯଜ୍ଞ କରାଯାଇଥିଲା। ଆମେ ବହୁତ ଖୁସି ଅଛୁ। ବୋଟ ମାଲିକ, କର୍ମଚାରୀ ମତ୍ସ୍ୟଜୀବୀ ସମସ୍ତେ ଖୁସି ଅଛୁ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା ।