କାମାକ୍ଷାନଗର (ରାକେଶ ଦେହୁରୀ): ବନ କର୍ମଚାରୀ ଫିଟ୍ ରହିଲେ ହିଁ ସୁରକ୍ଷିତ ରହିପାରିବ ଆମ ରାଜ୍ୟର ବଣ ଜଙ୍ଗଲ ଓ ବନ୍ୟଜନ୍ତୁ। ଏହି ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନ କାର୍ମଚାରୀମାନେ ଫିଟ୍ ରହିବା ପାଇଁ ଆଜି ବନ ବିଭାଗର ଡାକ ବଙ୍ଗଳାଠାରେ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେଇଥିଲେ ବନ ଅଧିକାରୀ ଓ ବିଭାଗର ଅନ୍ୟ କର୍ମଚାରୀ। ତାଲିମ ଦେଇଥିଲେ ଭୁବନେଶ୍ୱରସ୍ଥିତ ହେଲଥ କେୟାର ସଂସ୍ଥାର ଡାକ୍ତର କେ.ଲକ୍ଷ୍ମୀନାରାୟଣ ଓ ଶୀତଳ ମହାପାତ୍ର। କର୍ମଚାରୀମାନେ କିପରି ଘରେ ବସି ନିଜର ଫିଟନେସ ରଖିପାରିବେ, ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ତାଲିମଦାତା ମାନେ ପରାମର୍ଶ ଦେଇଥିଲେ। ସେମାନଙ୍କୁ କିଛି ବ୍ୟାୟାମ କରି ଦେଖାଇଥିଲେ ମଧ୍ୟ। ଏଠାରେ ଏସିଏଫ ବିକ୍ରମ କେଶରୀ ନୈକ, ରେଞ୍ଜର ବିଭୁଦାନନ୍ଦ ମିଶ୍ର, ସୁରେଶ ବେହେରା, ରମେଶ ଲେଙ୍କାଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।