ଅଢ଼େଇ ଦିନ ପାଇଁ ସବୁ ବନ୍ଦ, କେବଳ ଔଷଧ ଦୋକାନ ଖୋଲା ରହିବ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ […]

700

Tapas Behera
  • Published: Sunday, 26 April 2020
  • , Updated: 26 April 2020, 09:04 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି।

ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ ଭଳି ସ୍ଥିତି ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ ସଂପୃକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲାରହିବ। ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ନମୂନା ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ତେବେ ୩୦ ତାରିଖ ଠାରୁ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଯାଏଁ ପୂର୍ବ ଆଦେଶ ଅନୁସାରେ ନିର୍ଦ୍ଧାରିତ ଦୋକାନଗୁଡ଼ିକ ଖୋଲା ରହିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related story