ସ୍କ୍ରିନିଂ ବନ୍ଦ ରଖିବା ପାଇଁ ୫ଟି ସିନେମା ହଲ୍‌ ମାଲିକଙ୍କୁ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍‌ରେ କାହିଁକି ସ୍କ୍ରିନିଂ ବନ୍ଦ କରାଯିବ ନାହିଁ , ତା’ର କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛି କମିଶନରେଟ ପୁଲିସ। ଏହି ନୋଟିସ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ଏହି ସିନେମା ହଲ୍ ଗୁଡିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ କଟକର ବୃନ୍ଦାବନ । ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହି ହଲ ଗୁଡିକର ଫାୟାର ଏନଓସି ନଥିବାରୁ ଲାଇସେନସର […]

Five-cinema-halls-served-notice-to-explain-why-they-have-no-fire-safety-certificate

Manoranjan Sial
  • Published: Wednesday, 07 August 2019
  • , Updated: 07 August 2019, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍‌ରେ କାହିଁକି ସ୍କ୍ରିନିଂ ବନ୍ଦ କରାଯିବ ନାହିଁ , ତା'ର କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଛି କମିଶନରେଟ ପୁଲିସ। ଏହି ନୋଟିସ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ଏହି ସିନେମା ହଲ୍ ଗୁଡିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ କଟକର ବୃନ୍ଦାବନ । ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହି ହଲ ଗୁଡିକର ଫାୟାର ଏନଓସି ନଥିବାରୁ ଲାଇସେନସର ନବୀକରଣ ହୋଇନାହିଁ। ଉପଯୁକ୍ତ ଲାଇସେନ୍ସ ନଥାଇ ସେମାନେ ପ୍ରେକ୍ଷାଳୟରେ ଫିଲ୍ମ ସ୍କ୍ରିନିଂ ଜାରି ରଖିଛନ୍ତି ବୋଲି ଅଭିଯୋଗ ହେଉଛି।

୨୦୧୯ ଫେବୃୟାରୀରେ ହାଇକୋର୍ଟ ୮ ସପ୍ତାହ ଭିତରେ ଫାୟାର ସେଫ୍‌ଟି ସାର୍ଟିଫିକେଟ ହାସଲ କରିବାକୁ ଉକ୍ତ ହଲ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଅବଧି ସରିଯାଇ ଥିବାରୁ କମିଶନରେଟ ପୁଲିସ ତରଫରୁ ଏହି ନୋଟିସ ଜାରି ହୋଇଛି। ସେହିପରି ଗ୍ରାଣ୍ଡ, ଏକାମ୍ର ଓ ଜୟଶ୍ରୀ ସିନେମା ହଲ୍‌ ପକ୍ଷରୁ ୨୦୧୫ରେ ହାଇକୋର୍ଟରେ କରାଯାଇଥିବା ଏକ ପିଟିସନ ଅନୁଯାୟୀ ସେମାନେ ଅନ୍ତରୀଣ ସୁରକ୍ଷାରେ ଅଛନ୍ତି।

Related story