ବିଦ୍ୟୁତ ସଂସ୍ପର୍ଶରେ ୫ ମୃତ, ଦୁଇ ଭଉଣୀ ଅନାଥ

ନୟାଗଡ଼/ବଲାଙ୍ଗିର (ଆର୍ତ୍ତତ୍ରାଣ ପ୍ରଧାନ/ମନୋରଞ୍ଜନ ଯୋଷୀ): ଦୁଇ କୋମଳମତି ପିଲାଙ୍କୁ ଅନାଥ କରିଦେଲା ଦଇବ। ଆଜି ସକାଳେ ଲୁଗା ଶୁଖାଉଥିବା ଦିଜୁଳି ଆଘାତରେ ବାପା-ମାଆ ହାତ ଧରାଧରି ହୋଇ ଆର ପାରିକୁ ଚାଲିଗଲେ। ଯେଉଁଠୁ ଆଉ କେହି କେବେ ଫେରିବ ନାହିଁ। ବାପା-ମାଆଙ୍କ ମୃତ୍ୟୁ ପରେ ଦୁଇ ଭଉଣୀ ଅନାଥ ହୋଇଗଲେ। ଏବେ ସେମାନଙ୍କ ଆଖିରୁ ଶୁଖୁନି ଲୁହ। ବାପା-ମାଆଙ୍କୁ ଖୋଜି ବାହୁନି ବାହୁନି କାନ୍ଦୁଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଆଜି ରାଜ୍ୟରେ […]

photo

Manoranjan Sial
  • Published: Wednesday, 04 September 2019
  • , Updated: 04 September 2019, 04:55 PM IST

ନୟାଗଡ଼/ବଲାଙ୍ଗିର (ଆର୍ତ୍ତତ୍ରାଣ ପ୍ରଧାନ/ମନୋରଞ୍ଜନ ଯୋଷୀ): ଦୁଇ କୋମଳମତି ପିଲାଙ୍କୁ ଅନାଥ କରିଦେଲା ଦଇବ। ଆଜି ସକାଳେ ଲୁଗା ଶୁଖାଉଥିବା ଦିଜୁଳି ଆଘାତରେ ବାପା-ମାଆ ହାତ ଧରାଧରି ହୋଇ ଆର ପାରିକୁ ଚାଲିଗଲେ। ଯେଉଁଠୁ ଆଉ କେହି କେବେ ଫେରିବ ନାହିଁ। ବାପା-ମାଆଙ୍କ ମୃତ୍ୟୁ ପରେ ଦୁଇ ଭଉଣୀ ଅନାଥ ହୋଇଗଲେ। ଏବେ ସେମାନଙ୍କ ଆଖିରୁ ଶୁଖୁନି ଲୁହ। ବାପା-ମାଆଙ୍କୁ ଖୋଜି ବାହୁନି ବାହୁନି କାନ୍ଦୁଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଆଜି ରାଜ୍ୟରେ ବିଭିନ୍ନ ଗାଁରେ ଘଟିଥିବା ବିଦ୍ୟୁତ ଆଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗାଁରେ ବିଦ୍ୟୁତ୍‌ ଆଘାତରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ରଜନୀ ନାଗ ଲୁଗା ଶୁଖାଉ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସ୍ୱାମୀ ହେମନ୍ତ ନାଗ ଆସିଥିଲେ। ଯାହାଫଳରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କ ୨ ଛୋଟ ଛୋଟ ଝିଅ ଅଛନ୍ତି। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ଦେଖା ଦେଇଛି।

[caption id="attachment_429976" align="aligncenter" width="750"] କାନ୍ଦୁଛନ୍ତି ଦୁଇ ଭଉଣୀ[/caption]

ସୂଚନାରୁ ପ୍ରକାଶ, ହେମନ୍ତ ଓ ରଜନୀ ପ୍ରେମ ବିବାହ କରିଥିଲେ। ସେଥିପାଇଁ ଉଭୟ ଦୀର୍ଘଦିନ ଧରି ଆଗଲପୁର ଗାଁରେ ରହିଆସୁଥିଲେ। ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି। ଏବେ ସେମାନେ ରହିବେ କେଉଁଠି? ସେମାନଙ୍କ ପ୍ରକୃତ ଘର କେଉଁଠି ଜଣାପଡ଼ିନଥିବାରୁ ପିଲା ଦୁହିଁଙ୍କୁ ଗାଁ ଲୋକେ ରଖିଥିବା ଜଣାପଡ଼ିଛି।

ସେହିପରି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗାଁର ପ୍ରେମଲତା ସରାଫ ଘର ବାହାରେ ଝାଡ଼ୁ ଦେଉଥିଲେ। ଏହି ସମୟରେ ସେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ଲାଇଟ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପ୍ରେମଲତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବଡ଼ ଭାଇ କର୍ଣ୍ଣଦାନୀ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ବିଦ୍ୟୁତ ଆଘାତରେ କର୍ଣ୍ଣଦାନୀ ଗୁରୁତର ଆହତ ହୋଇଥିବା ବେଳେ ପ୍ରେମଲତାଙ୍କ ଜୀବନ ବଞ୍ଚି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁ ଲକ୍ଷ୍ମଣ ସାହୁ ଆଜି ଗ୍ୟାସ୍‌ କଟରରେ ବିଦ୍ୟୁତ ତାର ଯାଇଥିବା ପ୍ଲାଷ୍ଟିକ୍‌ ପାଇପ୍‌ କାଟୁଥିଲେ। ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ତାଙ୍କ ଗାଁର ରବି ପରିଡ଼ା। ଫଳରେ ଉଭୟଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Related story