ଦିନେ ଖୋଲିବ ଲକ୍‌ଡାଉନ୍‌ର ଲକ୍ : ଓଡ଼ିଶା ଫେରିବେ ୫ ଲକ୍ଷ ଓଡ଼ିଆ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ଦିନେ ଖୋଲିବ। ବାହାରେ ଥିବା ଓଡ଼ିଶା ଲୋକେ ଫେରିବେ। ଆକଳନ ଅନୁଯାୟୀ ପ୍ରାୟ ୫ ଲକ୍ଷ ଲୋକ ଓଡ଼ିଶାକୁ ଫେରିବେ। ଅଧିକ ସଂକ୍ରମିତ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେ ଙ୍ଗାନାରୁ ଫେରିବେ। ସେମାନଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖିବା ସମସ୍ତଙ୍କ ଦାୟିତ୍ୱ। ଏନେଇ ସରପଞ୍ଚମାନଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ତେବେ ଲକ୍ ଡାଉନ୍ ଖୋଲିବା ପରେ ପ୍ରବାସୀମାନେ  ଓଡ଼ିଶାକୁ କିଭଳି ଫେରିବେ କିଭଳି ଆସିପାରିବେ ସେନେଇ […]

8-90

Tapas Behera
  • Published: Wednesday, 22 April 2020
  • , Updated: 22 April 2020, 05:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ଦିନେ ଖୋଲିବ। ବାହାରେ ଥିବା ଓଡ଼ିଶା ଲୋକେ ଫେରିବେ। ଆକଳନ ଅନୁଯାୟୀ ପ୍ରାୟ ୫ ଲକ୍ଷ ଲୋକ ଓଡ଼ିଶାକୁ ଫେରିବେ। ଅଧିକ ସଂକ୍ରମିତ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେ ଙ୍ଗାନାରୁ ଫେରିବେ। ସେମାନଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖିବା ସମସ୍ତଙ୍କ ଦାୟିତ୍ୱ। ଏନେଇ ସରପଞ୍ଚମାନଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ତେବେ ଲକ୍ ଡାଉନ୍ ଖୋଲିବା ପରେ ପ୍ରବାସୀମାନେ  ଓଡ଼ିଶାକୁ କିଭଳି ଫେରିବେ କିଭଳି ଆସିପାରିବେ ସେନେଇ ବିସ୍ତୃତ ସୂଚନା ଦେଲେ ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ।

ସେ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଶା ଫେରିବାକୁ ବ୍ୟଗ୍ର। ସେମାନଙ୍କୁ ଓଡ଼ିଶା ଆସିବାକୁ ହେଲେ ପ୍ରଥମେ ରେଜିଷ୍ଟ୍ରେସନ ଜରୁରୀ। ରେଜିଷ୍ଟ୍ରେସନ ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ଉକ୍ତ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ଓଡ଼ିଶାକୁ ଆସିପାରିବେ। ସେମାନେ ନିଜେ ବା ତାଙ୍କ ପାଇଁ କେହି ରେଜିଷ୍ଟ୍ରେସନ କରିପାରିବେ କିମ୍ବା ତାଙ୍କର କେହି ସଂପର୍କୀୟ ପଞ୍ଚାୟତ ଅଫିସରେ ଫର୍ମ ଦେଇପାରିବେ। ଏପ୍ରିଲ ୨୪ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ। ପଂଜୀକରଣ ପରେ ଯେବେ ଆସିବେ, ବିଭକ୍ତୀକରଣ କରାଯାଇ ଅଣାଯିବ। ପଞ୍ଚାୟତୱାରୀ ଆସିବେ, ଷ୍ଟେସନକୁ ଗାଡ଼ି ନେଇ ପ୍ରବାସୀଙ୍କୁ ଅଣାଯିବ। ପଞ୍ଚାୟତ ଅଧିକାରୀ ଷ୍ଟେସନ ଯିବେ, ଗାଡ଼ି କରି ସେମାନଙ୍କୁ ଆଣିବେ।

ସେମାନେ ଘରକୁ ଯାଇପାରିବେନି। ପଞ୍ଚାୟତ କ୍ୱାରେଣ୍ଟାଇନରେ ରହିବେ। ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ, ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ। ତେବେ ପ୍ରବାସୀଙ୍କୁ ହୋମ୍ କ୍ୱାରେଣ୍ଟାଇନ  ମନା। ସେମାନେ ସରକାରୀ କ୍ୱାରେଣ୍ଟାଇନ ରେ ରହିବେ। ସ୍ୱାସ୍ଥ୍ୟ କର୍ମୀ ପଞ୍ଚାୟତ କ୍ୟାମ୍ପ ଯିବେ। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ସେ କହିଛନ୍ତି। ସେହିପରି  କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଏଯାବତ ୩ଟି ପର୍ଯ୍ୟାୟକୁ ଆମେ ସଫଳତାର ସହ ପାରି କରିଛୁ। ସେ କହିଛନ୍ତି ଯେ, ବାହାରୁ ଆସୁଥିବା ଲୋକଙ୍କ ପଂଜୀକରଣ ଥିଲା ପ୍ରଥମ ପର୍ଯ୍ୟାୟ ନିଜାମୁଦ୍ଦିନ ଲିଙ୍କ ଓ ତତ୍‌ଜନିତ ସଂକ୍ରମଣ ଥିଲା ୨ପର୍ଯ୍ୟାୟ। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ସଂକ୍ରମଣ ହେଉଛି ତୃତୀୟ ପର୍ଯ୍ୟାୟ। ଆଗକୁ ଆସୁଛି ଚତୁର୍ଥ ପର୍ଯ୍ୟାୟ। ଯାହା ଆମ ପାଇଁ ଏକ ଆହ୍ୱାନ ବୋଲି ସେ କହିଛନ୍ତି।

Related story