୫ ମୋଷ୍ଟ ୱାଣ୍ଟେଡ ଡକାୟତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ଭୁବନେଶ୍ୱର କମିଶନରେଟ ପୋଲିସ ୫ ଜଣ ମୋଷ୍ଟ ୱାଣ୍ଟେଡ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଟ୍ରକ, ନମ୍ବର ବିହୀନ କାର ଓ ବାଇକ ଜବତ ହୋଇଛି। ଏଥିସହିତ ୪୦ ଗ୍ରାମ ସୁନା, ୧୦୦ ଗ୍ରାମ ରୂପା ଅଳଙ୍କାର, ୪ଟି ମୋବାଇଲ ଫୋନ ଏବଂ କିଛି ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି। ଗତକାଲି […]

arrest bbsr

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 02:39 PM IST

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ଭୁବନେଶ୍ୱର କମିଶନରେଟ ପୋଲିସ ୫ ଜଣ ମୋଷ୍ଟ ୱାଣ୍ଟେଡ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଟ୍ରକ, ନମ୍ବର ବିହୀନ କାର ଓ ବାଇକ ଜବତ ହୋଇଛି। ଏଥିସହିତ ୪୦ ଗ୍ରାମ ସୁନା, ୧୦୦ ଗ୍ରାମ ରୂପା ଅଳଙ୍କାର, ୪ଟି ମୋବାଇଲ ଫୋନ ଏବଂ କିଛି ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି।

ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି। ଗତକାଲି ରାତିରେ ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳରେ ଡକାୟତି ଯୋଜନା କରୁଥିବାବେଳେ ଏହି ଗ୍ୟାଙ୍ଗକୁ ଧରିଥିଲା ପୋଲିସ। ଘଟଣାସ୍ଥଳରୁ ଅନ୍ୟ ଜଣେ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲା।  ଏହି ଗ୍ୟାଙ୍ଗରେ ଆହୁରି ଅନେକ ସଦସ୍ୟ ଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

Related story