୫ ଓଡ଼ିଆ ଆଜି ପାଇବେ ସମ୍ମାନଜନକ ପଦ୍ମଶ୍ରୀ, ଜାଣନ୍ତୁ ସେମାନଙ୍କୁ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 12:42 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ପ୍ରଦାନ କରାଯିବ ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଚଳିତ ବର୍ଷ ୫ଜଣ ଓଡ଼ିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ପାଇବାକୁ ଥିବା ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ&nbsp; ସ୍ୱର୍ଗତ ଚନ୍ଦ୍ରଶେଖର ରଥ, କଳା ସ୍ଥାପତ୍ୟ ଲାଗି ପ୍ରଭାକର ମହାରଣା, ବୟନ କଳା ଲାଗି ଗୋବର୍ଦ୍ଧନ ପାଣିକା ଓ କଳା କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର। ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପ୍ରଦାନ କରାଯିବ।</p> <p>ଚଳିତଥର ୮୫ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୩ ଜଣଙ୍କୁ ପଦ୍ମ ବିଭୁଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୭୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଗତ ଜାନୁଆରୀ ୨୬ ତାରିଖରେ ଏହି ପୁରସ୍କାର ଘୋଷଣା ହୋଇଥିଲା।</p> <p>&amp;nbsp;</p>

Related story