ସୋସିଆଲ ମିଡିଆରେ ମେସେଜ କରିଥିବା ୫ ଜଣଙ୍କୁ ଜେରା

ଭଦ୍ରକ: ସୋସିଆଲ ମିଡିଆରେ ମେସେଜ କରି ଭଦ୍ରକରେ ଅଶାନ୍ତି ସୃଷ୍ଟି କରିଥିବା ମାମଲାରେ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ ଚିହ୍ନଟ କରିଛି। ଏପରିକି ସେମାନଙ୍କୁ ଜେରା ମଧ୍ୟ କରିଛି। ଜେରା ବେଳେ ସେମାନେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଗତ ୬ ତାରିଖରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା […]

bijay kumar sarma

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 12:01 PM IST

ଭଦ୍ରକ: ସୋସିଆଲ ମିଡିଆରେ ମେସେଜ କରି ଭଦ୍ରକରେ ଅଶାନ୍ତି ସୃଷ୍ଟି କରିଥିବା ମାମଲାରେ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ ଚିହ୍ନଟ କରିଛି। ଏପରିକି ସେମାନଙ୍କୁ ଜେରା ମଧ୍ୟ କରିଛି। ଜେରା ବେଳେ ସେମାନେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଗତ ୬ ତାରିଖରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।

କିଛି ସମୟର ନୀରବତା ପରେ ପୁଣି ଭଦ୍ରକରେ ଆଶାନ୍ତିର ବାତାବରଣ ଦେଖାଦେଇଥିଲା। ଶାନ୍ତି କମିଟି ବୈଠକ ବିଫଳ ହେବା ପରେ ସହରରେ ପୁଣି ଦେଖାଦେଇଥିଲା ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ପୋଲିସ୍‌ ଗାଡି ଭଙ୍ଗାରୁଜା କରିଥିଲେ। ଏପରିକି କିଛି ଦୋକାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ଲାଗି ୧୪୪ ଧାରା ଜାରି ରହିଥିବା ବେଳେ କର୍ଫ୍ୟୁ ଜାରି କରିଥିଲା।

Related story