ଫ୍ଲାଟ୍ ବିକିବାକୁ ବାଧ୍ୟତାମୂଳକ ହେବ କମ୍ପିଟାଣ୍ଟ ଅଥରିଟିଙ୍କ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ବିଭିନ୍ନ ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକ କମ୍ପିଟାଣ୍ଟ ଅଥରିଟି ବା  କ୍ଷମତା ସମ୍ପନ୍ନ ପ୍ରାଧିକାରୀଙ୍କ ନିୟନ୍ତ୍ରଣରେ ରହିବ। ଏଇ ଅଥରିଟିକୁ ନିଯୁକ୍ତି କରିବେ ରାଜ୍ୟ ସରକାର। ବିଧାନସଭାରେ ପାରିତ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ସଂଶୋଧନ ବିଲରେ ରହିଛି ଏମିତି କିଛି ନିୟମ। ନୂଆ ବିଲ୍ ଅନୁସାରେ ଫ୍ଲ।ଟ୍ ଗୁଡ଼ିକର ବିକ୍ରି କରିବା ପୂର୍ବରୁ ଅଥରିଟିଙ୍କର ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ପ୍ରମାଣ ପତ୍ର ପାଇବାକୁ ହେଲେ ଫ୍ଲ।ଟର ସୋସାଇଟି ପଞ୍ଜିକରଣ ଓ ଅକୁପାନସି ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। […]

flat

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 04:35 PM IST

ଭୁବନେଶ୍ୱର: ଏଣିକି ବିଭିନ୍ନ ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକ କମ୍ପିଟାଣ୍ଟ ଅଥରିଟି ବା  କ୍ଷମତା ସମ୍ପନ୍ନ ପ୍ରାଧିକାରୀଙ୍କ ନିୟନ୍ତ୍ରଣରେ ରହିବ। ଏଇ ଅଥରିଟିକୁ ନିଯୁକ୍ତି କରିବେ ରାଜ୍ୟ ସରକାର। ବିଧାନସଭାରେ ପାରିତ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ସଂଶୋଧନ ବିଲରେ ରହିଛି ଏମିତି କିଛି ନିୟମ। ନୂଆ ବିଲ୍ ଅନୁସାରେ ଫ୍ଲ।ଟ୍ ଗୁଡ଼ିକର ବିକ୍ରି କରିବା ପୂର୍ବରୁ ଅଥରିଟିଙ୍କର ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ପ୍ରମାଣ ପତ୍ର ପାଇବାକୁ ହେଲେ ଫ୍ଲ।ଟର ସୋସାଇଟି ପଞ୍ଜିକରଣ ଓ ଅକୁପାନସି ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ସଂଶୋଧିତ ବିଲ ଅନୁସାରେ ଆପାର୍ଟମେଣ୍ଟ ଗୁଡ଼ିକର ନିୟନ୍ତ୍ରଣ ପାଇଁ ଏଇ କ୍ଷମତା ସମ୍ପନ୍ନ ପ୍ରାଧିକାରୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବେ। ଫ୍ଲାଟ୍ ବିକ୍ରି ପୂର୍ବରୁ ପ୍ରଥମେ ଏହି ପ୍ରାଧିକାରୀଙ୍କ ନିକଟରେ ଆବଶ୍ୟକ କାଗଜ ପତ୍ର ଦାଖଲ କଲେ ହିଁ ଫ୍ଲାଟ୍ ରେଜିଷ୍ଟ୍ରି କରିବା ପାଇଁ ପ୍ରମାଣ ପତ୍ର ମିଳିବ। ଏହା ପରେ ହିଁ ସବରେଜିଷ୍ଟ୍ରାର ଅଫିସରେ ଫ୍ଲ।ଟ ବିକ୍ରି ଦଲିଲ୍ ହୋଇପାରିବ।

ଫ୍ଲ।ଟ ବିକ୍ରି ପୂର୍ବରୁ ସୋସାଇଟ କପି, ଅକୁପାନସି ସାର୍ଟିଫିକେଟ,  ଘୋଷଣା ପତ୍ର ଓ ସେଲ ଡ଼ିଡ଼ର ନକଲ  ପ୍ରାଧିକାରୀଙ୍କ ଅଫିସରେ ଦାଖଲ କରିବାକୁ ପଡ଼ିବ। ଅଥରିଟି ୩୦ ଦିନ ମଧ୍ୟରେ ଏ ସବୁର ଯାଞ୍ଚ ଓ ତଦନ୍ତ କରିସାରିବା ପରେ ଆବେଦନକୁ ଗ୍ରହଣ  କିମ୍ୱା ଅଗ୍ରାହ୍ୟ କରିବେ। ଜଣେ ସବକଲେକଟର ରାଙ୍କର  ଅଫିସର କମ୍ପିଟାଣ୍ଟ ଅଥରିଟି ରୁପେ ନିଯୁକ୍ତି ପାଇବେ। ଏହି ସଂଶୋଧିତ ବିଲରେ ଥିବା ମାଲିକାନା ହସ୍ତାନ୍ତର ବ୍ୟବସ୍ଥାକୁ ବିରୋଧ କରିଛନ୍ତି କେତେକ ବିଲଡ଼ର।

ତେବେ କମ୍ପିଟାଣ୍ଟ ଅଥରିଟିଙ୍କ ପାଖରେ ଆପାର୍ଟମେଣ୍ଟର ରକ୍ଷଣା ବେକ୍ଷଣ ଓ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଶୁଣାଣି କରିବା ସହ ଜୋରିମାନ ଆଦାୟ କ୍ଷମତା ରହିଛି।

Related story