ଫୁଲୁଛି ବ୍ରାହ୍ମଣୀ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଫୁଲୁଛି ବ୍ରାହ୍ମଣୀ ନଦୀ। ବିପଦ ସଙ୍କେତର ଅଢ଼େଇ ଫୁଟ ଉପରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଳଭା ଠାରେ ବିପଦ ସଙ୍କେତ ୧୬.୬ ଫୁଟ ଥିବାବେଳେ ଏବେ ୧୯ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପଟ୍ଟାମୁଣ୍ଡାଇର ୧୨ଟି ଓ ରାଜନଗରର ୪ଟି ପଞ୍ଚାୟତ ପାଣି ଘେରରେ ରହିଛି । ଜଳମଗ୍ନ ହୋଇ ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଡେରାବିଶ ବ୍ଲକର […]

7nm

Tapas Behera
  • Published: Saturday, 29 August 2020
  • , Updated: 29 August 2020, 04:28 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଫୁଲୁଛି ବ୍ରାହ୍ମଣୀ ନଦୀ। ବିପଦ ସଙ୍କେତର ଅଢ଼େଇ ଫୁଟ ଉପରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଳଭା ଠାରେ ବିପଦ ସଙ୍କେତ ୧୬.୬ ଫୁଟ ଥିବାବେଳେ ଏବେ ୧୯ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପଟ୍ଟାମୁଣ୍ଡାଇର ୧୨ଟି ଓ ରାଜନଗରର ୪ଟି ପଞ୍ଚାୟତ ପାଣି ଘେରରେ ରହିଛି । ଜଳମଗ୍ନ ହୋଇ ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଡେରାବିଶ ବ୍ଲକର ବେଣିପୁର ଘେରିବନ୍ଧ ଭାଙ୍ଗିଥିବାରୁ ୬ଟି ଓ୍ୱାର୍ଡ ଜଳମଗ୍ନ ହୋଇଯାଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ NDRF, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ୩ NDRF ଟିମ୍, ଗୋଟିଏ ଓଡ୍ରାଫ୍ ଓ ୩ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।

Related story