ବର୍ଷା ପରେ ଫୁଲୁଛି ମହାନଦୀ, ରାତିସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ପାଣି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ପରେ କାୟା ମେଲୁଛି ମହାନଦୀ। ତେଲ ଓ ଅନ୍ୟ ନଦୀର ବନ୍ୟା ଜଳ ଏବେ ମହାନଦୀରେ ମିଶିଥିବାରୁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଫଳରେ ଉପକୂଳବାସୀଙ୍କୁ ଘାରିଛି ବନ୍ୟା ଭୟ। ତେବେ ମହାନଦୀରେ ଆସୁଥିବା ପାଣି ମଧ୍ୟମ ଧରଣର ବନ୍ୟା ସୃଷ୍ଟି କ୍ଷମତା ରଖୁଥିବାରୁ ନଦୀ ଅବବାହିକାରେ ଥିବା ଲୋକେ ଆଦୌ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସରକାର। ଗତକାଲିର ଅବିଶ୍ରାନ୍ତ ବର୍ଷା ଫଳରେ ଆଜି […]

c-90

Tapas Behera
  • Published: Wednesday, 14 August 2019
  • , Updated: 14 August 2019, 07:25 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ପରେ କାୟା ମେଲୁଛି ମହାନଦୀ। ତେଲ ଓ ଅନ୍ୟ ନଦୀର ବନ୍ୟା ଜଳ ଏବେ ମହାନଦୀରେ ମିଶିଥିବାରୁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଫଳରେ ଉପକୂଳବାସୀଙ୍କୁ ଘାରିଛି ବନ୍ୟା ଭୟ। ତେବେ ମହାନଦୀରେ ଆସୁଥିବା ପାଣି ମଧ୍ୟମ ଧରଣର ବନ୍ୟା ସୃଷ୍ଟି କ୍ଷମତା ରଖୁଥିବାରୁ ନଦୀ ଅବବାହିକାରେ ଥିବା ଲୋକେ ଆଦୌ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସରକାର।

ଗତକାଲିର ଅବିଶ୍ରାନ୍ତ ବର୍ଷା ଫଳରେ ଆଜି ତଳ ମୁଣ୍ଡରେ ଏମିତି ଫୁଲି ଉଠିଛି ମହାନଦୀ । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବଡ଼ମ୍ବା ଅଞ୍ଚଳର ଗତରାତିରୁ ମହାନଦୀରେ ଜଳସ୍ତର ହଠାତ୍ ବଢ଼ିଛି। ଆଉ  ଆଜି ସକାଳେ ବୁଡ଼ି ଯାଇଥିଲା ବଡ଼ମ୍ବାର ପ୍ରସିଦ୍ଧ ଦେବୀ ଭଟ୍ଟାରିକାଙ୍କ ମନ୍ଦିର। ମନ୍ଦିର ଭିତରେ ଛାତିଏ ଉଚ୍ଚର ପାଣି ଲହ଼ଡ଼ି ଭାଙ୍ଗିବାରୁ ଦେବୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡ଼ିଛି।

ଏପଟେ ମହାନଦୀର ଜଳସ୍ତର ବେଳକୁ ବେଳ ବଢୁଥିବାରୁ ଆତଙ୍କରେ ବାଙ୍କୀ ବ୍ଲକର ନଦୀକୂଳିଆ ଲୋକେ।  ବ୍ଲକର ଶିମିଳିପୁର-ବିଲିପଡ଼ା ରାସ୍ତାର କଇଁଆଁ ପୋଲ ବୁଡ଼ିଯିବାରୁ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏବେ ମହାନଦୀକୁ ପ୍ରବାହିତ ହେଉଥିବା ବନ୍ୟା ଜଳ ଆଜି ରାତି ୧୨ଟା ପରେ ମୁଣ୍ଡୁଳି ଅତିକ୍ରମ କରିବ । ଏହି ସମୟରେ ମୁଣ୍ଡୁଳୀରେ ସର୍ବାଧିକ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରିଛି  ଜଳସମ୍ପଦ ବିଭାଗ । ତେବେ ଏ ବନ୍ୟା ବିଶେଷ କ୍ଷୟକ୍ଷତି ଘଟାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ସେପଟେ ଚଳିତ ବନ୍ୟାରେ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସ୍ଥିତି ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ NDRF  ଟିମ୍ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ ରଖାଯାଇଥିବା କହିଛନ୍ତି ଏସଆର୍‌ସି।

Related story