ଋଷିକୁଲ୍ୟା, ବଡ଼ ଓ ବାହୁଦା ନଦୀରେ ବନ୍ୟା ଆସିଛି: ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଋଷିକୁଲ୍ୟା, ବଡ଼ ନଦୀ ଓ ବାହୁଦା ନଦୀରେ ବନ୍ୟା ଆସିଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋରଡ଼ା, ଜାନିବିଲି ଓ ଆସିକାରେ ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସିକା ଜେଲ୍ ଗେଟ୍ ଭାଙ୍ଗିଯିବାରୁ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି। […]

SRC-

Jyoshna Pradhan
  • Published: Friday, 12 October 2018
  • , Updated: 12 October 2018, 12:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଋଷିକୁଲ୍ୟା, ବଡ଼ ନଦୀ ଓ ବାହୁଦା ନଦୀରେ ବନ୍ୟା ଆସିଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋରଡ଼ା, ଜାନିବିଲି ଓ ଆସିକାରେ ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସିକା ଜେଲ୍ ଗେଟ୍ ଭାଙ୍ଗିଯିବାରୁ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୪ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୨ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।”

ସେ ଆହୁରି କହିଛନ୍ତି,“ବଡ଼ ବଡ଼ ଗଛ ଉପୁଡ଼ିବାରୁ ଗଜପତି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇଛି। ମହେନ୍ଦ୍ରତନୟା  ଓ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି। ରିଲିଫ୍ କ୍ୟାମ୍ପକୁ ଲୋକଙ୍କୁ ସ୍ଥାନାନ୍ତର ଚାଲିଛି। ଜି.ଉଦୟଗିରିରେ ସର୍ବାଧିକ ୩୫୧ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି କଟକ କଣ୍ଟାପଡ଼ାରେ ୩୧୯ ମି.ମି ବର୍ଷା ରେକର୍ଡ଼ ହୋଇଛି।”

Related story