ଗାଁରେ ପଶିଲା ମହାନଦୀ ବନ୍ୟା ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମହାନଦୀର ବନ୍ୟା ଜଳ ଯୋଗୁ ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇଛି । ମହାନଦୀ ପାଣି ଚାଷ ଜମି, ଗାଁ ଭିତରକୁ ପ୍ରବେଶ କରିଛି । ମହାନଦୀର ପାଣି ଗାଁକୁ ଭିତରକୁ ପଶୁଛି। ଜଳସ୍ତର ବୃଦ୍ଧି ପାଇବା ସହ ଏହା ପ୍ରଖର ବେଗରେ ଗାଁ ଭିତରକୁ ପ୍ରବେଶ କରୁଛି । ବାଙ୍କୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରକୁ ପାଣି ପଶିଛି। ବାଙ୍କୀ ଅଞ୍ଚଳର କଇଁମୁଣ୍ଡି, ଶୁଖୁଆଖେଳା ଓ ବିଲିପଡା ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି […]

flood-paradip-1-1

Tapas Behera
  • Published: Saturday, 29 August 2020
  • , Updated: 29 August 2020, 04:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମହାନଦୀର ବନ୍ୟା ଜଳ ଯୋଗୁ ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇଛି । ମହାନଦୀ ପାଣି ଚାଷ ଜମି, ଗାଁ ଭିତରକୁ ପ୍ରବେଶ କରିଛି । ମହାନଦୀର ପାଣି ଗାଁକୁ ଭିତରକୁ ପଶୁଛି। ଜଳସ୍ତର ବୃଦ୍ଧି ପାଇବା ସହ ଏହା ପ୍ରଖର ବେଗରେ ଗାଁ ଭିତରକୁ ପ୍ରବେଶ କରୁଛି ।

ବାଙ୍କୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରକୁ ପାଣି ପଶିଛି। ବାଙ୍କୀ ଅଞ୍ଚଳର କଇଁମୁଣ୍ଡି, ଶୁଖୁଆଖେଳା ଓ ବିଲିପଡା ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବାଙ୍କୀରୁ ବୈଦେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଚନ୍ଦ୍ରପା ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଉତ୍ତରବାଙ୍କୀ ବ୍ଲକର ୬ଟି ପଞ୍ଚାୟତ ଜଳ ଘେରରେ ରହିଛି । ଓସ୍ତିଆ ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

Related story