ବଢ଼ୁଛି ହୀରାକୁଦ ଜଳସ୍ତର, ମହାନଦୀରେ ୭୦ ଫୁଟର ଘାଇ

କଟକ/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ମହାନଦୀ ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୭ […]

paradeep

  • Published: Tuesday, 16 August 2022
  • , Updated: 16 August 2022, 01:21 PM IST

କଟକ/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ମହାନଦୀ ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି।

ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ୍‌ ଜଳ । ଗତକାଲି ହୀରାକୁଦର ୩୪ ଗେଟ୍‌ ଖୋଲାଥିବା ବେଳେ ତଳ ମୁଣ୍ଡରେ  ବନ୍ୟା ନିୟନ୍ତ୍ରଣ ପାଇଁ ୮ଟି ଗେଟ୍‌ ବନ୍ଦ କରାଯାଇଥିଲା। ତେଣୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

 

[caption id="attachment_757886" align="aligncenter" width="650"] ହୀରାକୁଦ ଜଳଭଣ୍ଡାର ଦେଇ ବନ୍ୟାଜଳ ପ୍ରବାହିତ ହେଉଛି।[/caption]

କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଜିଲାନାସୀ ଓ ମାଧପୁର ଭିତରକୁ ବନ୍ୟାଜଳ ମାଡ଼ି ଚାଲିଛି । ବଡ଼ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ମଧ୍ୟ ଘାଇ ସୃଷ୍ଟି ହୋଇଥିବା ବେଳେ  ହଂସୁରା ନିକଟରେ  ମହାନଦୀ ବନ୍ଧ ଉପରେ ପାଣି ପ୍ରବାହିତ ହେଉଛି।

ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି।  ପ୍ରଶାସନ ପକ୍ଷରୁ ବୋଟ୍‌ରେ ଶୁଖିଲା ଖାଦ୍ୟ ପଠାଯିବାର ବ୍ୟବସ୍ଥା କରାଯାଉଛି । ସେହିଭଳି ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

[caption id="attachment_757887" align="aligncenter" width="650"] ଆଠଗଡ଼ ଅଞ୍ଚଳ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି।[/caption]

ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି ।  ଆଠଗଡ଼ ବ୍ଲକର ଧୁରଷିଆ ପଞ୍ଚାୟତର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ମହାନଦୀରେ ବନ୍ୟା ପାଣି ଯୋଗୁଁ ଅଂଶୁପା ହ୍ରଦ ମଧ୍ୟ ସଂପୂର୍ଣ୍ଣ ବୁଡ଼ିଯାଇଛି ।

[caption id="attachment_757888" align="aligncenter" width="650"] ଅଂଶୁପା ହ୍ରଦରେ ପାଣି ଉବୁଟୁବୁ ।[/caption]

 

ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ବାଙ୍କୀର କେତେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ରଣ ନଈ ଓ ଚନ୍ଦ୍ରମା ନାଳ  ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ ହୋଇଛି । ଫଳରେ କଇଁମୁଣ୍ଡି ଓ ଶୁଖୁଆଖେଳା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବନ୍ୟା ଯୋଗୁଁ ବାଙ୍କୀ-କଟକ ରାସ୍ତାର ଚାରିଘରିଆ ଅଞ୍ଚଳର ଶହ ଶହ ହେକ୍ଟର ଜମିରେ ପରିବା ଚାଷ ନଷ୍ଟ ହେବା ଆଶଙ୍କା କରାଯାଇଛି ।

କଟକ-ବାଙ୍କୀ ମୁଖ୍ୟ ରାସ୍ତା ଉପରେ ମହାନଦୀର ବନ୍ୟାଜଳ ପ୍ରବାହିତ ହେଉଛି। କାଇମୁଣ୍ଡି-ପାଥପୁର ମଝି ଗଡ଼ାଣିରେ ରାସ୍ତାରେ ୨ ଫୁଟ ପାଣି ପ୍ରବାହିତ ହେଉଥିବା ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣି ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ରାଜ୍ୟରେ ବନ୍ୟା ସ୍ଥିତି ଆଜି ଉଦ୍‌ବେଗଜନକ ଥିବା ବେଳେ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆଜି ପୂର୍ବାହ୍ନ ଦିନ ୧୧ଟା ବେଳେ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

Related story