ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା: ଭୋଗରାଇର ୬୩ଟି ଗାଁ ଜଳବନ୍ଦୀ

Ordigital Desk
  • Published: Friday, 28 July 2017
  • , Updated: 28 July 2017, 11:01 AM IST
<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ରାଜଘାଟଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭୋଗରାଇ ଓ ବାଲିପାଳ ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେ ସୁଦ୍ଧା ଭୋଗରାଇ ବ୍ଲକରେ ୬୩ଟି ଗାଁ ପାଣି ଘେରରେ ରହିଛି। କୁଶୁଡ଼ା, ଗବଗାଁ ଓ ଭୁଆତେନ୍ତୁଳି ରାସ୍ତାରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି।</p> <p>ସେହିପରି ଭୂଆବନ୍ଧ-ଭୁଷଣ୍ଡେଶ୍ୱର ରାସ୍ତାରେ ମଧ୍ୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ୍ ଅଞ୍ଚଳରେ ମଧ୍ୟ ବହୁ ଗାଁ ଜଳମଗ୍ନ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକରେ ୫ଟି ପଞ୍ଚାୟତର ୨୦ଟି ଗାଁରେ ଏବେ ପାଣି ପଶିବାରେ ଲାଗିଛି। ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।</p>

Related story