ରଙ୍ଗିନ୍ ହୋଇଯାଇଛି ଭୁବନେଶ୍ଵର ଏକାମ୍ର କାନନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଙ୍ଗିନ୍ ହୋଇଯାଇଛି ଭୁବନେଶ୍ଵର ଏକାମ୍ର କାନନ। ଯେଉଁ ଆଡେ ଆଖି ଉଠାଇଲେ ଦେଖିବାକୁ ମିଳୁଛି ବିଭିନ୍ନ କିସମର ନାଲି, ହଳଦିଆ, ଧଳା ପ୍ରଭୃତି ରଙ୍ଗର ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜରବେରା, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆ ଭଳି ବିଭିନ୍ନ କିସମର ଫୁଲ। ଏହି ରଙ୍ଗିନ୍‌ ପରିବେଶକୁ ଆଖି ପୂରାଇ ଦେଖିବା ନିମନ୍ତେ ଏକାମ୍ର କାନନରେ ଆଜି ଠାରୁ ଜମିଛି ପ୍ରବଳ ଭିଡ଼। କାରଣ ଆଜି ଠାରୁ ଏଠାରେ ଆରମ୍ଭ […]

flower

  • Published: Saturday, 14 January 2023
  • , Updated: 14 January 2023, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଙ୍ଗିନ୍ ହୋଇଯାଇଛି ଭୁବନେଶ୍ଵର ଏକାମ୍ର କାନନ। ଯେଉଁ ଆଡେ ଆଖି ଉଠାଇଲେ ଦେଖିବାକୁ ମିଳୁଛି ବିଭିନ୍ନ କିସମର ନାଲି, ହଳଦିଆ, ଧଳା ପ୍ରଭୃତି ରଙ୍ଗର ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜରବେରା, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆ ଭଳି ବିଭିନ୍ନ କିସମର ଫୁଲ। ଏହି ରଙ୍ଗିନ୍‌ ପରିବେଶକୁ ଆଖି ପୂରାଇ ଦେଖିବା ନିମନ୍ତେ ଏକାମ୍ର କାନନରେ ଆଜି ଠାରୁ ଜମିଛି ପ୍ରବଳ ଭିଡ଼। କାରଣ ଆଜି ଠାରୁ ଏଠାରେ ଆରମ୍ଭ ହୋଇଛି ୩୪ତମ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ। ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ମିଳିତ ସହଯୋଗରେ ଆୟୋଜିତ ଏହି ପୁଷ୍ପ ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି।

ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଜାନୁଆରୀ ୧୫ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଚାଲିବ। ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ କିସମର ଫୁଲ ପ୍ରଦର୍ଶିତ ହୋଇଛି। ଏ ବର୍ଷ ପ୍ରଦର୍ଶନୀରେ ନୂଆ ଆକର୍ଷଣ ରହିଛି ସ୍ଵତନ୍ତ୍ର ବୋନସାଇ, ଅର୍କିଡ, ସକୁଲେଣ୍ଟ ପ୍ରଦର୍ଶନୀ।

ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି ପ୍ଲାଣ୍ଟ ବଜାର। ବହୁ ନର୍ସରୀ ଓ ବଗିଚା ଉପକରଣ ବ୍ୟବସାୟୀ ୪୬ଟି ଷ୍ଟଲ ଜରିଆରେ ସେମାନଙ୍କ ଚାରା, ମଞ୍ଜି, କଲମୀକରା ଡାଳ, ବଲବ୍ ଆଦିର ପସରା ଖୋଲିଛନ୍ତି। ତେବେ କୋଭିଡ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ପୁଷ୍ପ ମେଳାରେ ଅଂଶଗ୍ରହଣ କମୁଛି ବୋଲି କହିଛନ୍ତି ଉଦ୍ଭିଦ ପ୍ରେମୀ ।

Related story