କାଲି ବି କଲବଲ କରିବ କୁହୁଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଜୀବନଯାତ୍ରା ବ୍ୟାହତ ହେଉଛି । ଭୋରରୁ ଏତେ କୁହୁଡ଼ି ହେଉଛି ଯେ, ୫୦ ମିଟରରୁ ଅଧିକ ଦୂର ଦେଖି ହେଉନାହିଁ । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ିର ବହଳ ଆସ୍ତରଣ ଦେଖିବାକୁ ମିଳିଛି।   ଆସନ୍ତାକାଲି ଯାଏ ସକାଳୁ ଘନ କୁହୁଡ଼ିର ମାତ୍ରା ବୃଦ୍ଧି ନେଇ ସତର୍କ କରାଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ପୂର୍ବାନୁମାନ […]

kkk

Niharika Rout
  • Published: Monday, 25 January 2021
  • , Updated: 25 January 2021, 08:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଜୀବନଯାତ୍ରା ବ୍ୟାହତ ହେଉଛି । ଭୋରରୁ ଏତେ କୁହୁଡ଼ି ହେଉଛି ଯେ, ୫୦ ମିଟରରୁ ଅଧିକ ଦୂର ଦେଖି ହେଉନାହିଁ । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ିର ବହଳ ଆସ୍ତରଣ ଦେଖିବାକୁ ମିଳିଛି।   ଆସନ୍ତାକାଲି ଯାଏ ସକାଳୁ ଘନ କୁହୁଡ଼ିର ମାତ୍ରା ବୃଦ୍ଧି ନେଇ ସତର୍କ କରାଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ନିମନ୍ତେ ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ତେଣୁ ଆସନ୍ତା ୨ ଦିନ ସତର୍କ ରହିବାକୁ SRC ସୂଚନା ଜାରି କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି, ସେଠାକାର ଜିଲ୍ଲାପାଳ ଓ ଏପସ୍‌ପିମାନେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷ କରି ଦୁର୍ଘଟଣା  ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ SRC ପରାମର୍ଶ ଦେଇଛନ୍ତି।

Related story