ରେଭେନ୍ସାରେ ମିଳୁଛି ବିଧାନସଭା ଫ୍ରାଇଡ୍‌ରାଇସ୍ ଓ୍ୱିଥ୍ ଚିକେନ୍

କଟକ(ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକାଧିକ ଖାଦ୍ୟର ଷ୍ଟଲ। କିନ୍ତୁ ନାଁ ଭିନ୍ନ ରହିଛି। ବିଧାନସଭା ଫ୍ରାଇଡ୍‌ରାଇସ୍ ଓ୍ୱିଥ୍ ଚିକେନ୍ ସାଙ୍ଗକୁ ରାଜ୍ୟସଭା ଚିକେନ୍, ଚକୁଳି ଓ ଲୋକସଭା ଦୋସା। ଦାମ ମଧ୍ୟ ସୁହାଇଲା ଭଳି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଫୁଡ୍ କୋର୍ଟ ପ୍ରତିଯୋଗିତାରେ। ଏଥିରେ ବିଭିନ୍ନ ବିଭାଗ ତରଫରୁ ପ୍ରାୟ ୫୦ଟି ଷ୍ଟଲ ଖୋଲାଯାଇଛି। ତେବେ ପ୍ରତିଯୋଗିତାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଭିନ୍ନ ନାମକରଣ କରାଯାଇଥିବା […]

food-carrying-names-like-assembly-and-rajya-sabha-on-display-at-food-stalls-in-ravenshaw-varsity

Manoranjan Sial
  • Published: Saturday, 02 February 2019
  • , Updated: 02 February 2019, 08:56 PM IST

କଟକ(ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକାଧିକ ଖାଦ୍ୟର ଷ୍ଟଲ। କିନ୍ତୁ ନାଁ ଭିନ୍ନ ରହିଛି। ବିଧାନସଭା ଫ୍ରାଇଡ୍‌ରାଇସ୍ ଓ୍ୱିଥ୍ ଚିକେନ୍ ସାଙ୍ଗକୁ ରାଜ୍ୟସଭା ଚିକେନ୍, ଚକୁଳି ଓ ଲୋକସଭା ଦୋସା। ଦାମ ମଧ୍ୟ ସୁହାଇଲା ଭଳି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଫୁଡ୍ କୋର୍ଟ ପ୍ରତିଯୋଗିତାରେ।

ଏଥିରେ ବିଭିନ୍ନ ବିଭାଗ ତରଫରୁ ପ୍ରାୟ ୫୦ଟି ଷ୍ଟଲ ଖୋଲାଯାଇଛି। ତେବେ ପ୍ରତିଯୋଗିତାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଭିନ୍ନ ନାମକରଣ କରାଯାଇଥିବା ଛାତ୍ରଛାତ୍ରୀ କହିଛନ୍ତି। ବିଶେଷକରି ରାଜନୀତି ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ନିଜ ଖାଦ୍ୟକୁ ରାଜନୈତିକ ଶୈଳୀରେ ନାମକରଣ କରିଥିବା ବେଳେ ଜର୍ଣ୍ଣାଲିଜମ୍ ବିଭାଗ ଛାତ୍ରଛାତ୍ରୀ ମଧ୍ୟ ଭିନ୍ନ ଢଙ୍ଗରେ ନାମ କରିଥିବା ଦେଖିବାକୁ ମିଳିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅବସରରେ ଏହି ଫୁଡ୍ କୋର୍ଟର ଆୟୋଜନ କରାଯାଇଛି। ଫେବୃଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ଏହା ଅନୁଷ୍ଠିତ ହୋଇଛି। କ୍ରୀଡ଼ା ସାଙ୍ଗକୁ ଭଳିକି ଭଳି ଖାଦ୍ୟର ପସରା ଉତ୍ସବକୁ ବେଶ ଆକର୍ଷଣୀୟ କରିଥିଲା ବୋଲି ରେଭେନ୍ସା କୁଳପତି ପ୍ରଫେସର ଇଶାନ୍‌ କୁମାର ପାତ୍ର କହିଛନ୍ତି।

Related story