ସଙ୍ଗରୋଧରେ ଆମେ ଏମିତି ଦେଉଛୁ ଖାଦ୍ୟ, ଫଟୋ ଦେଖ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ୱାରେଣ୍ଟାଇନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ବିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷର ଲମ୍ବା ଅଭିଯୋଗ ଏହା ଭିତରେ କାହା କଥା ଠିକ୍ ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱର। ଅନୁଗୁଳରୁ କୋରାପୁଟ, ଢେଙ୍କାନାଳରୁ ମାଲକାନଗିରି ଭଦ୍ରକରୁ କନ୍ଧମାଳ, […]

6bmk

Tapas Behera
  • Published: Tuesday, 28 July 2020
  • , Updated: 28 July 2020, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ୱାରେଣ୍ଟାଇନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ବିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷର ଲମ୍ବା ଅଭିଯୋଗ ଏହା ଭିତରେ କାହା କଥା ଠିକ୍ ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱର।

ଅନୁଗୁଳରୁ କୋରାପୁଟ, ଢେଙ୍କାନାଳରୁ ମାଲକାନଗିରି ଭଦ୍ରକରୁ କନ୍ଧମାଳ, କେନ୍ଦ୍ରାପଡ଼ାରୁ ସୁନ୍ଦରଗଡ଼ ସବୁଠି କ୍ୱାରେଣ୍ଟିନ୍ ସେଣ୍ଟର ଅନ୍ତେବାସୀ ଓ କୋଭିଡ୍ କେୟାର ସେଣ୍ଟରରେ ରୋଗୀଙ୍କୁ ମିଳୁଥିବା ସୁଆଦିଆ ଖାଦ୍ୟର ମନଲୋଭା ଚିତ୍ର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଦପ୍ତରକୁ ଟ୍ୟାଗ୍ କରି ଜିଲ୍ଲା ପ୍ରଶାସନ ସୋସିଆଲ ମିଡିଆରେ ସେୟାର କରୁଛି ଏଭଳି ସ୍ୱାସ୍ଥ୍ୟକର ଖାଦ୍ୟର ଗଣ୍ଡା ଗଣ୍ଡା ଫଟୋ । କେଉଁଠି ସକାଳ ଜଳଖିଆରେ ଫଳ ଓ ମିଠାର ସମାହାର ତ ଅନ୍ୟ କେଉଁଠି ସଞ୍ଜବେଳ ନାସ୍ତାରେ ପକୁଡ଼ି ଓ ବରା  । କନ୍ଧମାଳ, ଢେଙ୍କାନାଳ ଓ ଗଜପତିରେ ଖାଦ୍ୟ ସହ ମିଳୁଛି ମିନେରାଲ ଓ୍ୱାଟର । ସାମାଜିକ ଗଣମାଧ୍ୟମରେ ଖାଦ୍ୟ ସମ୍ଭାରର ଏ ଗୋଲାପି ଚିତ୍ର ଘୁରି ବୁଲୁଥିବା ବେଳେ କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ପ୍ରତି ପ୍ରଶାସନ କେତେ ଯତ୍ନବାନ ତାର ଡେଙ୍ଗୁରା ବି ପିଟାଯାଉଛି । ହେଲେ ସେହିସବୁ ସ୍ଥାନର ବାସ୍ତବତା ବି ପଦାକୁ ଆସିଛି ।

ପୁରୀ ସହରର ଏକ କୋଭିଡ୍ କେୟାର ସେଣ୍ଟରରେ ମିଳୁଥିବା ଖାଦ୍ୟରୁ ପୋକ, ଚୁଟି ଓ ରବର ବାହାରୁଥିବା ନେଇ ଖୋଦ୍ ଡାକ୍ତର ଓ ନର୍ସମାନେ ଅଭିଯୋଗ ଆଣିଥିଲେ। ବ୍ରହ୍ମପୁର ଶୀତଳାପଲ୍ଲୀରେ ରୋଗୀଙ୍କୁ ରୀତିମତ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଉଥିବା କହିଥିଲେ ଅନ୍ତେବାସୀ।

Related story