Advertisment

ବିଦେଶୀ କରୋନା ଟିକାକୁ ନେଇ ଏମିତି କହିଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍‌ ଓ ଅନ୍ୟ ଟିକା ଗୁଡ଼ିକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯାଇପାରିବ। ଭାରତର ସ୍ଥିତିକୁ ଦେଖି ଏହି ଟିକା ପ୍ରସ୍ତୁତ କରାଯାଉଛି। ତେବେ ବିଦେଶରୁ ଆସୁଥିବା କରୋନା ଟିକା ଗୁଡ଼ିକକୁ ସଂରକ୍ଷଣ କରି ରଖିବା କଷ୍ଟକର ହେବ। ମାଇନସ ୭୦ ଡିଗ୍ରୀରେ ଭ୍ୟାକସିନ୍‌ ରଖିବା ଆମ ପାଇଁ ଅସୁବିଧା ହୋଇପାରେ ବୋଲି ସମ୍‌ ହସ୍ପିଟାଲ୍‌ର କୋଭାକ୍‌ସିନ୍‌ ଟିକା ମାନବ ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ କହିଛନ୍ତି। […]

ଅଦ୍ୟତନ ହୋଇଛି
ବିଦେଶୀ କରୋନା ଟିକାକୁ ନେଇ ଏମିତି କହିଲେ ବିଶେଷଜ୍ଞ

covid

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍‌ ଓ ଅନ୍ୟ ଟିକା ଗୁଡ଼ିକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯାଇପାରିବ। ଭାରତର ସ୍ଥିତିକୁ ଦେଖି ଏହି ଟିକା ପ୍ରସ୍ତୁତ କରାଯାଉଛି। ତେବେ ବିଦେଶରୁ ଆସୁଥିବା କରୋନା ଟିକା ଗୁଡ଼ିକକୁ ସଂରକ୍ଷଣ କରି ରଖିବା କଷ୍ଟକର ହେବ। ମାଇନସ ୭୦ ଡିଗ୍ରୀରେ ଭ୍ୟାକସିନ୍‌ ରଖିବା ଆମ ପାଇଁ ଅସୁବିଧା ହୋଇପାରେ ବୋଲି ସମ୍‌ ହସ୍ପିଟାଲ୍‌ର କୋଭାକ୍‌ସିନ୍‌ ଟିକା ମାନବ ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ କହିଛନ୍ତି।

Advertisment

ଡାକ୍ତର ରାଓଙ୍କ କହିବା ଅନୁସାରେ ଶିଶୁ ଓ ଗର୍ଭବତୀମାନଙ୍କୁ ଦିଆଯାଉଥିବା ଟିକା ଗୁଡିକୁ ରଖିବା ପାଇଁ ଆବଶ୍ୟକ ହେଉଥିବା କୋଲଡ୍‌ ଚେନ୍‌ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ନାହିଁ। ୫% ଜନସଂଖ୍ୟା ପାଇଁ ଆବଶ୍ୟକ ହେଉଥିବା କୋଲ୍‌ଡ ଚେନ୍‌ ଯଥେଷ୍ଟ ପରିମାଣରେ ନାହିଁ। ସେ ପରିସ୍ଥିତିରେ ବିଦେଶୀ ଟିକା ପାଇଁ ଦରକାର ହେଉଥିବା ମାଇନସ୍‌ ୭୦ ଡିଗ୍ରୀର କୋଲଡ୍‌ ଚେନ୍‌ କଷ୍ଟକର ହୋଇପାରେ। ଏଥିପାଇଁ ବୃହତ ପରିମାଣରେ କୋଲ୍‌ଡ ଚେନ୍‌ ଆବଶ୍ୟକ ରହିଛି ବୋଲି ଡାକ୍ତର ରାଓ କହିଛନ୍ତି।

ଡାକ୍ତର ରାଓ ଆହୁରି କହିଛନ୍ତି-“ଅନ୍ୟପଟେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ କୋଭିଡ୍‌ ଟିକା ପହଞ୍ଚିବା ପାଇଁ କୋଲଡ୍‌ ଚେନ କ୍ୟାରିଅର ଓଡ଼ିଶାରେ ରହିଛି। ଭୁବନେଶ୍ୱରଠାରୁ ଓଡ଼ିଶାର ଯେକୌଣସି ସ୍ଥାନକୁ ଟିକା ପହଞ୍ଚାଯାଇ ପାରିବ। କିନ୍ତୁ ଅଧିକ ପରିମାଣରେ ଟିକା ନେବା ପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ।

Advertisment

ଏବେ ରାଜ୍ୟରେ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ୨ରୁ ୩ ଦିନ ହେବ ଆରମ୍ଭ ହୋଇଛି। ତେଣୁ ଭାରତୀୟ ଟିକାର ପ୍ରସ୍ତୁତି ଶେଷ ହେବା ପାଇଁ ଆହୁରି ସମୟ ଲାଗିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe