କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି
- Published: Thursday, 27 September 2018
- , Updated: 27 September 2018, 10:57 AM IST
<p>କୋଣାର୍କ(ଓଡ଼ିଶା ରିପୋର୍ଟର): ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୦ ବର୍ଷ ଭିତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଅଧାରୁ ଅଧିକ କମିଗଲାଣି।</p>
<p>୨୦୧୭ରେ ସବୁଠାରୁ କମ୍ ୫,୫୯୬ ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ୨୦୦୦ ମସିହାରେ କୋଣାର୍କକୁ ସମୁଦାୟ ୧୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ଥିଲା।</p>
<p>ତେବେ କ୍ରମାଗତ ଭାବେ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୦-୧୧ରେ ସାଢ଼େ ୮ ହଜାର, ୨୦୧୧-୧୨ରେ ୯ ହଜାର ୧୩୭ ଜଣ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସିଥିଲେ। ଏପରି କମି କମି ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୫ ହଜାର ୫୯୬ରେ ପହଞ୍ଚିଥିଲା।</p>
<p>୨୦୧୭ରେ ରାଜ୍ୟକୁ ୮୪ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କୋଣାର୍କକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାରୁ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଏଥିପାଇଁ ଭିତ୍ତିଭୂମିର ଅଭାବ, ସ୍ୱଚ୍ଛତାର ଅଭାବ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଦାୟୀ କରାଯାଇଛି।</p>