କାଳିଆ ପ୍ରେମରେ ବିଦେଶୀ ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାରି ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦୀର୍ଘ ମାସ ଧରି ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ।  ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ମହାପ୍ରସାଦ ପାଇବାର ବ୍ୟବସ୍ଥା ହୋଇଛି। ସେଠାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସି ଅତି ଆନନ୍ଦରେ ମହାପ୍ରସାଦ ଖାଉଥିବା ବେଳେ, ବିଦେଶୀ ଜଗନ୍ନାଥପ୍ରେମୀ […]

puri

Manoranjan Sial
  • Published: Saturday, 10 October 2020
  • , Updated: 10 October 2020, 07:32 PM IST

ପୁରୀ(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ସାତଦରିଆ ପାରି ହୋଇ ପୁରୀ ଆସିଥିବା ଭକ୍ତ। କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦୀର୍ଘ ମାସ ଧରି ବନ୍ଦ ରହିଛି। ଚକା ଆଖିରେ ଆଖି ମିଶାଇପାରୁନି ଭକ୍ତ।  ହେଲେ ମନକୁ ଶାନ୍ତି, ଆତ୍ମାକୁ ତୃପ୍ତି ଦେଉଛି ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ମହାପ୍ରସାଦ ପାଇବାର ବ୍ୟବସ୍ଥା ହୋଇଛି।

ସେଠାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସି ଅତି ଆନନ୍ଦରେ ମହାପ୍ରସାଦ ଖାଉଥିବା ବେଳେ, ବିଦେଶୀ ଜଗନ୍ନାଥପ୍ରେମୀ ମଧ୍ୟ ଭଙ୍ଗା କୁଡ଼ୁଆରେ ଭକ୍ତିରେ ଗଦ୍‌ଗଦ୍‌ ହୋଇ ଅବଢ଼ାର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି। ଏହି ଦୁଇ ଜଣ ଶ୍ରଦ୍ଧାଳୁ ରୁଷୀୟ ଦେଶ ୟୁକ୍ରେନ୍‌ରୁ ପୁରୀ ଆସିଥିବା କହିଛନ୍ତି।

Related story