ଶିକାର କରି ଘରକୁ ଫେରୁଥିବା ବେଳେ ବନ୍ଧାହେଲା ଶିକାରୀ

ଉଦଳା (ମାନସ ପାଣି): ଗତକାଲି ବନବିଭାଗ ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀଙ୍କୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି। ତେବେ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ତେବେ ଫେରାର ଥିବା ଶିକାରୀଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଚଢ଼ଉ ଜାରୀ ରଖିଛି। ଶିମିଳିପାଳ ଅଭୟାରଣ୍ୟରେ ବାରମ୍ୱାର ବନ୍ୟଜୀବଯନ୍ତୁଙ୍କୁ ଶିକାର କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ମାତ୍ର ବନ ବିଭାଗ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହେଉନଥିଲା। ତେବେ କୌଣସି ସୂତ୍ରାରୁ ଖବର ପାଇ […]

udala222

Manoranjan Sial
  • Published: Monday, 24 February 2020
  • , Updated: 24 February 2020, 05:48 PM IST

ଉଦଳା (ମାନସ ପାଣି): ଗତକାଲି ବନବିଭାଗ ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀଙ୍କୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି। ତେବେ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ତେବେ ଫେରାର ଥିବା ଶିକାରୀଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଚଢ଼ଉ ଜାରୀ ରଖିଛି।

ଶିମିଳିପାଳ ଅଭୟାରଣ୍ୟରେ ବାରମ୍ୱାର ବନ୍ୟଜୀବଯନ୍ତୁଙ୍କୁ ଶିକାର କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ମାତ୍ର ବନ ବିଭାଗ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହେଉନଥିଲା। ତେବେ କୌଣସି ସୂତ୍ରାରୁ ଖବର ପାଇ ଗତକାଲି ବନ ବିଭାଗର ଏକ ଟିମ୍‌ ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଆଠପଡା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ଜଣେ ଶିକାରୀକୁ କାବୁ କରିଥିଲା। ସେ ହେଉଛନ୍ତି ଆଠପଡା ଗାଁ ମୋହନ ହାଁସଦା। ତାଙ୍କ ନିକଟରୁ ବନ ବିଭାଗ ୫୦ କିଲୋଗ୍ରାମ ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଓ ଧନୁତୀର ଜବତ କରିଛି। ତେବେ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ।

Related story