ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ଖୋଜୁଛି ବନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଘୁଣୀ ଶୂନ୍ୟ ହୋଇଗଲା କି ସାତକୋଶିଆ ଅଭୟାରଣ୍ୟ? ଆଜି ଏହି ପ୍ରସଙ୍ଗରେ ପିସିସିଏଫ୍‌ ଶଶି ପଲ୍‌ କହିଛନ୍ତି, ସାତକୋଶିଆ ଅଭୟାରଣ୍ୟରେ ୧୫ ବର୍ଷର ଗୋଟିଏ ବାଘୁଣୀ ଥିଲା। ଗତ ୪ ମାସ ହେଲାଣି କ୍ୟାମେରା ଟ୍ରାପରେ ବାଘୁଣୀ ଆସିନାହିଁ। ଶେଷଥର ପାଇଁ ଟିକରପଡ଼ାରେ ବାଘୁଣୀର ପାଦଚିହ୍ନ ଦେଖିବାକୁ ମିଳିଥିଲା। ସମ୍ବର ଶିକାର ଓ ପାଦଚିହ୍ନରୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି। ଆଖପାଖ ଜଙ୍ଗଲରେ ଏବେ ବାଘୁଣୀକୁ ଖୋଜା ଚାଲିଛି ବୋଲି ପିସିସିଏଫ୍‌ କହିଛନ୍ତି। ସାତକୋଶିଆରେ […]

Tigress

Manoranjan Sial
  • Published: Monday, 20 June 2022
  • , Updated: 20 June 2022, 06:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଘୁଣୀ ଶୂନ୍ୟ ହୋଇଗଲା କି ସାତକୋଶିଆ ଅଭୟାରଣ୍ୟ? ଆଜି ଏହି ପ୍ରସଙ୍ଗରେ ପିସିସିଏଫ୍‌ ଶଶି ପଲ୍‌ କହିଛନ୍ତି, ସାତକୋଶିଆ ଅଭୟାରଣ୍ୟରେ ୧୫ ବର୍ଷର ଗୋଟିଏ ବାଘୁଣୀ ଥିଲା। ଗତ ୪ ମାସ ହେଲାଣି କ୍ୟାମେରା ଟ୍ରାପରେ ବାଘୁଣୀ ଆସିନାହିଁ। ଶେଷଥର ପାଇଁ ଟିକରପଡ଼ାରେ ବାଘୁଣୀର ପାଦଚିହ୍ନ ଦେଖିବାକୁ ମିଳିଥିଲା। ସମ୍ବର ଶିକାର ଓ ପାଦଚିହ୍ନରୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି। ଆଖପାଖ ଜଙ୍ଗଲରେ ଏବେ ବାଘୁଣୀକୁ ଖୋଜା ଚାଲିଛି ବୋଲି ପିସିସିଏଫ୍‌ କହିଛନ୍ତି।

ସାତକୋଶିଆରେ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଗୋଟିଏ ବାଘ ଆଣିଥିଲେ। ତା’ର ନାଁଥିଲା ମହାବୀର। ବାଘକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ଏହା ପରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଅଣି ଛଡ଼ା ଯାଇଥିଲା। ତା’ର ନାଁ ଥିଲା ସୁନ୍ଦରୀ। ବାଘ ଓ ବାଘୁଣୀ ଆସିବା ପରେ ବଂଶ ବୃଦ୍ଧି ହେବ ବୋଲି ବନ ବିଭାଗ ଭାବିଥିଲା। ହେଲେ ବନ ବିଭାଗର ଏହି ସ୍ୱପ୍ନ, ସ୍ୱପ୍ନରେ ରହିଗଲା। କିଛି ଦିନ ପରେ ମହାବୀର ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ସୁନ୍ଦରୀ କୋର ଏରିଆକୁ ନଯାଇ ଜଙ୍ଗଲ ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ଘୁରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର କଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସୁନ୍ଦରୀକୁ ଅନ୍ୟ ଅଭ୍ୟାରଣ୍ୟକୁ ସ୍ଥାନାନ୍ତରିତ କରିବାକୁ ଜଙ୍ଗଲ ପାର୍ଶ୍ୱବର୍ତ୍ତି ଗାଁ ଲୋକେ ଦାବି କରିଥିଲେ। ଏହା ପରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ସୁନ୍ଦରୀ ଧରା ଦେଇନଥିଲା। ଦୀର୍ଘ ଦିନର ଛକାପଞ୍ଝା ପରେ ବନ ବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଥିଲା। ଏହା ପରେ ତାକୁ ପୁନର୍ବାର ବାନ୍ଧବଗଡ଼ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସେପଟେ ସାତକୋଶିଆ ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ପୁରୁଣକୋଟ ରେଞ୍ଜରରୁ ଗୋପାଳପୁର ଗାଁ ନିକଟରେ ଫାଶରେ ପଡ଼ିଯାଇଛି ଗୋଟିଏ କଲରାପତରିଆ ବାଘ। ବରହା ଶିକାର ପାଇଁ ବସାଯାଇଥିବା ଫାସରେ ବାଘଟି ପଡ଼ିଥିଲା। ଆଜି ସକାଳେ ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପ୍ରଥମେ ଜାଲ ମାଧ୍ୟମରେ ବାଘକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଥିରେ ବିଫଳ ହୋଇଥିଲେ। ଏହା ପରେ ଟ୍ରାଙ୍କୁଲାଇଜ୍‌ କରି ବାଘକୁ ଉଦ୍ଧାର କରାଯାଇଥିଲା। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ କଲରାପତରିଆ ବାଘକୁ ବନ ବିଭାଗ ଘଞ୍ଚ ଜଙ୍ଗଲରେ ଛାଡ଼ିବ ବୋଲି ଜଣାପଡ଼ିଛି।

Related story