ବଜ୍ରକାପ୍ତାକୁ କରୋନା ହୋଇଛି କି?

ବାରିପଦା(ମାଣିକଲାଲ ପାଣି): ବଜ୍ରକାପ୍ତାକୁ ଧରିଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛି। ଏହା ଜାଣିବା ପରେ ବନ ବିଭାଗ ବଜ୍ରକାପ୍ତାର କୋଭିଡ୍‌ ଟେଷ୍ଟ କରିବା ପାଇଁ ସ୍ୱାବ ସଂଗ୍ରହ କରିଛି। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଗତକାଲି ବାଙ୍ଗିରିପୋଷି ଥାନା ଗୋହିରାପାଳ ଗାଁରେ ସ୍ପେଶାଲ ସ୍କ୍ୱାର୍ଡ ଚଢଉ କରି ସିଙ୍ଗୁ ବାସ୍କେଙ୍କ ଘରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ବୟସ ଦୁଇରୁ ତିନି ହେବା ସହିତ ଓଜନ ଆଠ କେଜି ହେବ। […]

baripada

Manoranjan Sial
  • Published: Tuesday, 11 May 2021
  • , Updated: 11 May 2021, 10:53 PM IST

ବାରିପଦା(ମାଣିକଲାଲ ପାଣି): ବଜ୍ରକାପ୍ତାକୁ ଧରିଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛି। ଏହା ଜାଣିବା ପରେ ବନ ବିଭାଗ ବଜ୍ରକାପ୍ତାର କୋଭିଡ୍‌ ଟେଷ୍ଟ କରିବା ପାଇଁ ସ୍ୱାବ ସଂଗ୍ରହ କରିଛି। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି।

ଗତକାଲି ବାଙ୍ଗିରିପୋଷି ଥାନା ଗୋହିରାପାଳ ଗାଁରେ ସ୍ପେଶାଲ ସ୍କ୍ୱାର୍ଡ ଚଢଉ କରି ସିଙ୍ଗୁ ବାସ୍କେଙ୍କ ଘରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ବୟସ ଦୁଇରୁ ତିନି ହେବା ସହିତ ଓଜନ ଆଠ କେଜି ହେବ। ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ସିଙ୍ଗୁ ବାସ୍କେ ଶିମିଳିପାଳ ଅଭୟାରଣ୍ୟରୁ ଧରି ଥିବା ସ୍ପେଶାଲ୍‌ ସ୍କ୍ୱାର୍ଡ ପାଖରେ ସ୍ୱୀକାର କରିଥିଲା।

ତେବେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି। ଯଦି ଗିରଫ ବ୍ୟକ୍ତିକୁ କରୋନା ହୋଇଛି, ତାହାହେଲେ ବଜ୍ରକାପ୍ତାକୁ କୋରନା ହୋଇଥାଇପାରେ ବୋଲି ବନ ବିଭାଗ ସନ୍ଦେହ କରିଛି। ସେଥିପାଇଁ ବଜ୍ରକାପ୍ତାର ସ୍ୱାବ ଚେଷ୍ଟ ପାଇଁ ଲାବୋରେଟାରୀକୁ ପଠା ଯାଇଛି।

ସୂଚନାରୁ ପ୍ରକାଶ, ଗତବର୍ଷ ଆଠଗଡ଼ ବନଖଣ୍ଡ ଅଞ୍ଚଳର ଏକ କ୍ଵାରାଣ୍ଟାଇନ ସେଣ୍ଟରରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଥିଲା ବନ ବିଭାଗ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କରୋନା ରୋଗୀ ରହୁଥିବାରୁ ବଜ୍ରକାପ୍ତାର କରୋନା ଟେଷ୍ଟ କରାଯାଇଥିଲା। ସେତେବେଳେ ବଜ୍ରକାପ୍ତାର କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

Related story