ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କେନ୍ଦୁଝର/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଖଣି ପାଇଁ ପଦା ହେବାକୁ ଯାଉଛି ବିଶାଳ ଶାଳ ଜଙ୍ଗଲ। ରାଜସ୍ୱ ପାଇଁ ବୁଡ଼ିବାକୁ ଯାଉଛି ହଜାର ହଜାର ଜନଜାତିଙ୍କ ଜୀବିକା ଓ ହଜିବାକୁ ଯାଉଛି ଲକ୍ଷ ଲକ୍ଷ ଜଙ୍ଗଲୀ ଜୀବଜନ୍ତୁଙ୍କ ସତ୍ତା। ନିକଟରେ ଓଡ଼ିଶାର ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ୧୦ଟି ଗ୍ରୀନ୍‌ଫିଲ୍ଡ ଖଣି ନିଲାମ ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସୃଷ୍ଟି ହୋଇଛି ଏଭଳି ସଂଶୟ । ନିଲାମ ହେବାକୁ ଯାଉଥିବା ଉଭୟ ଜିଲ୍ଲାର ୧୦ ନୂଆ […]

6bmn

Tapas Behera
  • Published: Monday, 13 July 2020
  • , Updated: 13 July 2020, 09:13 PM IST

କେନ୍ଦୁଝର/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଖଣି ପାଇଁ ପଦା ହେବାକୁ ଯାଉଛି ବିଶାଳ ଶାଳ ଜଙ୍ଗଲ। ରାଜସ୍ୱ ପାଇଁ ବୁଡ଼ିବାକୁ ଯାଉଛି ହଜାର ହଜାର ଜନଜାତିଙ୍କ ଜୀବିକା ଓ ହଜିବାକୁ ଯାଉଛି ଲକ୍ଷ ଲକ୍ଷ ଜଙ୍ଗଲୀ ଜୀବଜନ୍ତୁଙ୍କ ସତ୍ତା। ନିକଟରେ ଓଡ଼ିଶାର ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ୧୦ଟି ଗ୍ରୀନ୍‌ଫିଲ୍ଡ ଖଣି ନିଲାମ ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସୃଷ୍ଟି ହୋଇଛି ଏଭଳି ସଂଶୟ ।

ନିଲାମ ହେବାକୁ ଯାଉଥିବା ଉଭୟ ଜିଲ୍ଲାର ୧୦ ନୂଆ ଖଣିଜ ବ୍ଲକରେ ପ୍ରାୟ ୭ ଶହ ହେରର ଜଙ୍ଗଲ ଏବଂ ୯ ଲକ୍ଷରୁ ଅଧିକ ଶାଳଗଛ ଥିବାରୁ ଏହାର ସୁରକ୍ଷା ଲାଗି ପୁଣି ଆରମ୍ଭ ହୋଇଛି ସ୍ଥାନୀୟ ଅଧିବାସୀଙ୍କ ବିରୋଧ।

କେନ୍ଦୁଝର ଜିଲ୍ଲା ଜୋଡ଼ା ବ୍ଲକ୍ ଗୁଆଳି ପଞ୍ଚାୟତର ଉଞ୍ଚବାଲି, ଗନ୍ଧଲପଦା ଓ କାଳିମାଟି ସହ ସୁନ୍ଦରଗଡ଼ ଜିଲ୍ଲାର ୬ଟିକୁ ମିଶାଇ ମୋଟ୍ ୧୦ଖଣିଜ ବ୍ଲକରୁ ଖଣି ଉତ୍ତୋଳନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିନ୍ତାର ବିଷୟ, ଏହି ୧୦ଟି ଖଣିଜ ବ୍ଲକରେ ମାତ୍ର ୨ ଶହ ହେର ଅଣ ଜଙ୍ଗଲ ଜମି ରହିଥିବା ବେଳେ ୭ ଶହ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ରହିଛି । ଆଉ ଏହି ଜମିରେ ରହିଛି ୯ ଲକ୍ଷରୁ ଅଧିକ ଶାଳ ଗଛ ଖଣି ଓ ରାଜସ୍ୱ ପାଇଁ ସରକାର ଏସବୁ ଅଞ୍ଚଳକୁ ବିନିଯୋଗ କରିବାକୁ ଚାହୁଁଥିବା ବେଳେ ଖାଲି ପରିବେଶ ନୁହେଁ, ଜଙ୍ଗଲକୁ ନେଇ ବଞ୍ଚୁଥିବା ଜନଜାତି ଓ ଜଙ୍ଗଲରେ ରହୁଥିବା ଅଂସଖ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ଦେଖାଦେଇଛି ବଡ଼ ବିପଦ ଯାହାକୁ ନେଇ ଉଠିଛି ବିରୋଧର ସ୍ୱର।

Related story