ଗାଁ ଲୋକଙ୍କୁ ଦେଖି ଅଫିସ୍‌ରେ ତାଲା ପକାଇ ଚମ୍ପଟ ମାରିଲେ ବନ କର୍ମଚାରୀ!

କୋଇଡା (ସୁନୀଲ ପଣ୍ଡା): ଗାଁ ଲୋକଙ୍କୁ ଦେଖି ଅଫିସ୍‌ରେ ତାଲା ପକାଇ ଚମ୍ପଟ ମାରିଲେ ବନ କର୍ମଚାରୀ! ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ। ଡିଏଫ୍‌ଓ ନଆସିଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଗାଁ ଲୋକମାନେ ଚେତାବନୀ ଦେଇଛନ୍ତି। କୋଇଡ଼ା ବ୍ଲକର ବଲଢି, ସଣୁଆଁ, ରାଣୀଶାଳ, ସର୍ଗିଗଡ଼ ଭଳି ଗାଁରେ ହାତୀ ଉତ୍ପାତ କରୁଛନ୍ତି। ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଦେଉଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ କ୍ଷତିପୂରଣର ବ୍ୟବସ୍ଥା […]

Koida

  • Published: Monday, 08 August 2022
  • , Updated: 08 August 2022, 05:27 PM IST

କୋଇଡା (ସୁନୀଲ ପଣ୍ଡା): ଗାଁ ଲୋକଙ୍କୁ ଦେଖି ଅଫିସ୍‌ରେ ତାଲା ପକାଇ ଚମ୍ପଟ ମାରିଲେ ବନ କର୍ମଚାରୀ! ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ। ଡିଏଫ୍‌ଓ ନଆସିଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଗାଁ ଲୋକମାନେ ଚେତାବନୀ ଦେଇଛନ୍ତି।

କୋଇଡ଼ା ବ୍ଲକର ବଲଢି, ସଣୁଆଁ, ରାଣୀଶାଳ, ସର୍ଗିଗଡ଼ ଭଳି ଗାଁରେ ହାତୀ ଉତ୍ପାତ କରୁଛନ୍ତି। ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗି ଦେଉଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ କ୍ଷତିପୂରଣର ବ୍ୟବସ୍ଥା ଥିବା ସତ୍ତ୍ୱେ ରାଣୀଶୀଳ ଫରେଷ୍ଟ ବିଟ୍‌ ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କୁ କୌଣସି ସହାୟତା ଦିଆଯାଉ ନାହିଁ।

ରାଣୀଶାଳ ଫରେଷ୍ଟ ବିଟ୍‌ର ଫରେଷ୍ଟରଙ୍କ ମନୋମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ଆଜି ସକାଳେ ଶତାଧିକ ମହିଳା ଓ ପୁରୁଷ କୋଇଡା ରେଞ୍ଜ ଅଫିସରେ ପହଞ୍ଚି ଘେରାଉ କରିଥିଲେ। ଏ ସମ୍ପର୍କରେ ବନ କର୍ମଚାରୀମାନେ ଜାଣିପାରି ରେଞ୍ଜ ଅଫିସ୍‌ରେ ତାଲା ପକାଇ ଚମ୍ପଟ ମାରିଥିଲେ। ତାଲା ପଡ଼ିଥିଲେ ସୁଦ୍ଧା ଗାଁ ଲୋକମାନେ ସେଠାରେ ଧାରଣାରେ ବସିଛନ୍ତି।

ରାଣୀଶାଳ ଫରେଷ୍ଟ ବିଟ୍‌ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ତାଣ୍ଡବ ରଚୁଥିବା ଗୋଠ ଛଡ଼ା ଦନ୍ତା ହାତୀକୁ କାବୁ କରି ଅନ୍ୟ ଜଙ୍ଗଲରେ ଛାଡ଼ି, ଫସଲ ନଷ୍ଟ ଓ ଘର ଭଙ୍ଗା ବାବଦକୁ କ୍ଷତିପୂରଣ ପ୍ରଦାନ ଏବଂ ଫରେଷ୍ଟରଙ୍କ ବଦଳି ଦାବିରେ ଗାଁ ଲୋକେ ଧାରଣାରେ ବସିଛନ୍ତି। ଡିଏଫ୍‌ ନଆସିଲା ପର୍ଯ୍ୟନ୍ତ ଏହି ଧାରଣା ଚାଲିଥିବ ବୋଲି ଗାଁ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଗୋଟିଏ ଗୋଠ ଛଡ଼ା ହାତୀ କୋଇଡ଼ା ବ୍ଲକର ବଲଢି, ସଣୁଆଁ, ରାଣୀଶାଳ, ସର୍ଗିଗଡ଼ ଭଳି ଗାଁରେ ଉତ୍ପାତ କରିଛି। ଗତ ୨ ବର୍ଷ ଭିତରେ ଏହି ହାତୀର ଆକ୍ରମଣରେ ୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏଥିସହ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଅନ୍ୟ ହାତୀ ପଲ ଗାଁରେ ଫସଲ ନଷ୍ଟ କରୁଥିବା ବେଳେ ଘର ଭଙ୍ଗିବାର ନଜିର ରହିଛି। ହେଲେ ଏଥିପାଇଁ ଗାଁ ଲୋକଙ୍କୁ କୌଣସି କ୍ଷତିପୂରଣ ଦିଆଯାଉ ନାହିଁ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related story