୨ ଦିନ ପୂର୍ବେ ଆଖି ବୁଜିଥିଲା ହାତୀ ଛୁଆ; ନିଲମ୍ବିତ ହେଲେ ଫରେଷ୍ଟର, ଫରେଷ୍ଟ ଗାର୍ଡ

କେନ୍ଦୁଝର(ପ୍ରଣୟ ପାଣି) : କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ୨ ଦିନ ପୂର୍ବେ ଏକ  ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗୁଆଲି ଫରେଷ୍ଟର ବିଦ୍ୟଧାର ବେହେରା ଓ ଫରେଷ୍ଟ ଗାର୍ଡ ସରୋଜ କୁମାର ନାୟକ । ଦାୟିତ୍ୱରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର DFO। ସୂଚନା ଅନୁଯାୟୀ,   ହାତୀପଲ ନଦୀକୁ ପାଣି […]

elephant

Niharika Rout
  • Published: Friday, 10 July 2020
  • , Updated: 10 July 2020, 12:27 PM IST

କେନ୍ଦୁଝର(ପ୍ରଣୟ ପାଣି) : କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ୨ ଦିନ ପୂର୍ବେ ଏକ  ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗୁଆଲି ଫରେଷ୍ଟର ବିଦ୍ୟଧାର ବେହେରା ଓ ଫରେଷ୍ଟ ଗାର୍ଡ ସରୋଜ କୁମାର ନାୟକ । ଦାୟିତ୍ୱରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କଲେ କେନ୍ଦୁଝର DFO।

ସୂଚନା ଅନୁଯାୟୀ,   ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି  । ମୃତ ହାତୀଛୁଆର ନିକଟବର୍ତ୍ତୀ ଅଞ୍ଚଳରୁ ହାତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାରୁ ହାତୀଛୁଆର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀଛୁଆର ପ୍ରକୃତ ବୟସ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଲୋଚନା ହେଉଛି।

କିଛି ଦିନ ପୂର୍ବରୁ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣାରେ ଚମ୍ପୁଆ ରେଞ୍ଜର ସହ ଯୋଡ଼ା ଫରେଷ୍ଟର ଓ ଜୁରୁଡି ବିଟର ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଥିଲେ । ସବୁଠାରୁ ବଡ କଥା ତିନି ମାସ ମଧ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ଏଥି ନିମନ୍ତେ କ’ଣ ଖାଲି ତଳ କର୍ମଚାରୀ ଦାୟୀ, ଉପରିସ୍ଥ ଅଧିକାରୀଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି ଆଲୋଚନା ହେଉଛି।

Related story