ରାଜ୍ୟ ସରକାରଙ୍କ ଗୁମର ଖୋଲିଲେ ପ୍ରକାଶ ମିଶ୍ର: କାହିଁକି ଗଲା ଡିଜି ପଦ, ତାହା ବି କହିଲେ

Ordigital Desk
  • Published: Thursday, 18 April 2019
  • , Updated: 18 April 2019, 07:55 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ପଠା ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ ନବୀନ ପଟ୍ଟନାୟକଙ୍କ ସରକାର କ୍ଷୁବ୍ଧ ହୋଇଥିଲେ। &#039;ଓଟିଭି&#039;ର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ସାଙ୍ଘାତିକ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର।</p> <p>ସେ କହିଛନ୍ତି-&ldquo;ସାରଦା ଚିଟ୍&zwnj;ଫଣ୍ଡ୍&zwnj; ଦୁର୍ନୀତିର ସିବିଆଇ ତଦନ୍ତକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ଏପରିକି ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମହାଦୁର୍ନୀତିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ହେଉ, ତା&rsquo; ମଧ୍ୟ ସରକାର ଚାହୁଁନଥିଲେ। ଚିଟ୍&zwnj;ଫଣ୍ଡ ମାମଲାରେ ମୁଁ ମନି ଲଣ୍ଡରିଂ ଆକ୍ଟ ଲଗାଇବାକୁ କହିଥିଲି। ମନି ଲଣ୍ଡରିଂ ଆକ୍ଟ ଲାଗିଥିଲେ ଇଡି ତାହାର ତଦନ୍ତ କରିଥାନ୍ତା। ମୋର ଏ ସୁପାରିସ ନେଇ ସେମାନେ କ୍ଷୁବ୍ଧ ଥିଲେ। ପରେ ପରେ ମୁଁ ଡିଜିପି ପଦରୁ ବିଦାୟ ନେଲି।&rdquo;</p> <p>ସେ କହିଛନ୍ତି-&ldquo;ମୁଁ ଡିଜି ଥିଲା ବେଳେ ପୁଲିସକୁ ନିରପେକ୍ଷ ଭାବେ କାମ କରିବାକୁ କହିଥିଲି। ବିଜେଡିର କିଛି ଟଙ୍କା ଧରାପଡ଼ିଥିଲା ଓ ସେଥିପାଇଁ ସେମାନେ କ୍ଷୁବ୍ଧ ଥିଲେ। ଆମ୍ବୁଲାନ୍ସରୁ ଟଙ୍କା ଧରିବା ମୁଁ ଭାବୁଛି ସରକାରଙ୍କ ସହ ମନୋମାଳିନ୍ୟର ଏକ କାରଣ ଥିଲା।&rdquo;</p> <p>ନବୀନଙ୍କ ଶାସନକୁ ଏକଛତ୍ରବାଦୀ କହିବା ସହ ପ୍ରକାଶ ମିଶ୍ର କହିଛନ୍ତି-&ldquo;ସରକାର ଜଡ଼ ହୋଇଗଲାଣି। ଗଣତାନ୍ତ୍ରିକ ନୁହେଁ, ଏକଛତ୍ରବାଦ ଆଡ଼କୁ ଗଲାଣି ସରକାର। କ୍ଷମତା ବିକେନ୍ଦ୍ରୀକରଣ ନୁହେଁ, କେନ୍ଦ୍ରୀଭୂତ ହୋଇଛି କ୍ଷମତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହିଁ ସବୁକିଛି ପରିଚାଳନା ହୁଏ। ବିଭାଗୀୟ ସଚିବଙ୍କ ନିଷ୍ପତ୍ତି ନେବା କ୍ଷମତା ପ୍ରାୟ ନଥାଏ।&rdquo; </p>

Related story